ଲଣ୍ଡନ: ବ୍ରିଟେନ୍ର ୧୯ତମ ଧନୀ ବ୍ୟକ୍ତି ତଥା ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ମିତ୍ତଲ ଦେବାଳିଆ ହୋଇପଡ଼ିଛନ୍ତି। ତାଙ୍କର କୌଣସି ଆୟ ନଥିବା ସେ ଦାବି କରିଛନ୍ତି। ସମ୍ପତ୍ତି ଭାବେ ତାଙ୍କ ପାଖରେ କିଛି ଗହଣା ଏବଂ ସେୟାର ଓ ଭାରତରେ କିଛି ସମ୍ପତ୍ତି ରହିଛି। ନିଜ ୯୪ ବର୍ଷୀୟ ବାପା, ପତ୍ନୀ ସଙ୍ଗିତା ଓ ୩୦ ବର୍ଷର ପୁଅ ଦିବ୍ୟେଶଙ୍କ ଠାରୁ କରଜ ସୂତ୍ରରେ ବିପୁଳ ଅର୍ଥରାଶି ଆଣିଥିଲେ ମଧ୍ୟ ତାହା ସେ ପରିଶୋଧ କରିନାହାନ୍ତି। ବେପରୁଆ ଖର୍ଚ୍ଚ ପାଇଁ ଜଣାଶୁଣା ପ୍ରମୋଦ ୨୦୧୩ରେ ନିଜ ଝିଅ ସ୍ରିଷ୍ଟିର ବାହାଘରରେ ୪୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କ ବଡ଼ ଭାଇ ଲକ୍ଷ୍ମୀ ମିତ୍ତଲ ୨୦୦୪ରେ ନିଜ ଝିଅ ବନିଶାର ବାହାଘରରେ ଯେତିକି ଖର୍ଚ୍ଚ କରିଥିଲେ ପ୍ରମୋଦ ତା’ଠାରୁ ଅଧିକ ୧୧୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୧୪ ବର୍ଷ ପୂର୍ବରୁ ପ୍ରମୋଦଙ୍କ ପତନ ଆରମ୍ଭ ହୋଇଥିଲା। ଋଣ ଶୁଝି ନପାରି ସେ ଦେବାଳିଆ ହୋଇପଡ଼ିଛନ୍ତି।
ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦ ଦେବାଳିଆ, ଝିଅ ବାହାଘରରେ ୪୭୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ
/sambad/media/post_attachments/wp-content/uploads/2020/10/pramod.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)