ଭୁବନେଶ୍ବର: ଲାଲ୍ଚନ୍ଦ ଗ୍ରୁପ୍ର ଅଧ୍ୟକ୍ଷ ସଞ୍ଜୟ ହଂସଙ୍କୁ ଔଦ୍ୟୋଗିକ କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ ଡିମ୍ଡ ଟୁ ବି ୟୁନିଭର୍ସିଟିର ୨୧ତମ ସମାବର୍ତ୍ତନ ଉତ୍ସବରେ ପ୍ରତିଷ୍ଠିତ ଡକ୍ଟର ଅଫ୍ ଲେଟର୍ସ (ଅନୋରିସ କାଉଜା) ଉପାଧି ପ୍ରଦାନ କରାଯାଇଛି। କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଶ୍ରୀ ହଂସଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀ ସାଇବାବାଙ୍କ ଆଶୀର୍ବାଦରୁ ମୋତେ ଏହି ସମ୍ମାନ ମିଳିଥିବା ଶ୍ରୀ ହଂସ କହିଛନ୍ତି।
ଏହି ଅବସରରେ ଶ୍ରୀ ହଂସଙ୍କ ପତ୍ନୀ ଅଭନିତା ହଂସ, ଅଜିତ ହଂସ ଓ ନିର୍ମଳ ହଂସ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଦି ହେଗ୍ର ଅନ୍ତର୍ଜାତୀୟ ନ୍ୟାୟାଳୟର ବିଚାରପତି ଅବଦୁଲ କାଉଇ ଅହମ୍ମଦ ୟୁସୁଫ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜର୍ମାନୀର ଆର୍କିଓଲୋଜିକାଲ୍ ପାର୍କର ପ୍ରତିଷ୍ଠାତା ଅଧ୍ୟକ୍ଷ ନର୍ବର୍ଟ ସାଉର, କିଟ୍ ବିଶ୍ବବିଦ୍ୟାଳୟର କୁଳାଧିପତି ଆଶୋକ କୁମାର ପରିଜା, ଉପକୁଳାଧିପତି ପ୍ରଫେସର ଡ. ଶରଣ ଜିତ ସିଂହ ଓ ପ୍ରୋ ଭାଇସ୍ ଚାନ୍ସେଲର୍ ସୁବ୍ରତ କୁମାର ଆଚାର୍ଯ୍ୟ ଉପସ୍ଥିତ ଥିଲେ।