ଭୁବନେଶ୍ୱର: ଲାଲ୍ଚାନ୍ଦ୍ ଜୁଏଲର୍ସ ପକ୍ଷରୁ ଏକ ନୂତନ ଟେଲିଭିଜନ ବିଜ୍ଞାପନର ଶୁଭାରମ୍ଭ ହୋଇଛି। ୬୦ ସେକେଣ୍ଡର ଏହି ଭିଡିଓରେ ପ୍ରତିଟି ମୁହୂର୍ତରେ ଓଡ଼ିଆ ପରମ୍ପରା ଓ ନାରୀ ମହନୀୟତା ପ୍ରତିଫଳିତ ହୋଇଛି। ଲାଲ୍ଚାନ୍ଦ୍ର ଅଳଙ୍କାର ପରିଧାନ କରି ଜଣେ ମହିଳା କିଭଳି ନିଜକୁ ରାଣୀଭାବେ ଅନୁଭବ କରୁଛନ୍ତି ତାହା ଏଥିରେ ଦର୍ଶାଯାଇଛି। ଆଜି ହୋଟେଲ ନ୍ୟୁ ମାରିଅନ୍ରେ ଏହି ବିଜ୍ଞାପନର ଶୁଭାରମ୍ଭ ହୋଇଛି। ଉଦ୍ଘାଟନ କାର୍ଯ୍ୟକ୍ରମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ବିଜ୍ଞାପନ ଚଳଚ୍ଚିତ୍ରର ନିର୍ଦେଶକ ଆନନ୍ଦ ଓବେରୟ, ଲାଲ୍ଚାନ୍ଦ୍ର ସିଏଫ୍ଓ କିଷନ ଲାଲ ଗୁପ୍ତା ଓ ପ୍ରଯୋଜକ ରୋହନ କପୁର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ହିନ୍ଦୀ ଭାଷାରେ ଏବଂ ପରେ ଓଡ଼ିଆ ଭାଷାରେ ଏହି ବିଜ୍ଞାପନ ଆସିବ । ଏହି ଅବସରରେ ଅଭିନେତ୍ରୀ ବର୍ଷା ନୂତନ ବିଜ୍ଞାପନ ସୁଟିଂ ସମୟର ଅଭିଜ୍ଞତାକୁ ବଖାଣିଥିଲେ। ଏହି ପରିପ୍ରେକ୍ଷୀରେ ଲାଲ୍ଚାନ୍ଦ୍ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଂଜୟ ହଂସ କୁହନ୍ତି, ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପାଇଁ ଲାଲ୍ଚାନ୍ଦ୍ ଆଜି ପୂର୍ବ ଭାରତର ବୃହତ୍ ଅଳଙ୍କାର ପ୍ରତିଷ୍ଠାନରେ ପରିଣତ ହୋଇପାରିଛି। ଆମର ନୂଆ ଟିଭି ବିଜ୍ଞାପନ ସେହି ଆସ୍ଥା ଓ ବିଶ୍ୱାସକୁ ପ୍ରତିଫଳିତ କରୁଛି।
ଲାଲ୍ଚାନ୍ଦ୍ର ନୂଆ ଟିଭି ବିଜ୍ଞାପନର ଶୁଭାରମ୍ଭ
/sambad/media/post_attachments/wp-content/uploads/2018/01/lalchand.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)