ଭୁବନେଶ୍ବରରେ ଲାଲ୍ଚାନ୍ଦ୍ର ଦ୍ବିତୀୟ ମେଗା ସୋ’ରୁମ୍
ଉଦ୍ଘାଟନ କଲେ ସୋନମ କପୁର, ସୋ’ରୁମ୍ରେ ଖୋଲିଲା ରେସ୍ତୋରାଁ
ଭୁବନେଶ୍ବର: ଲାଲଚାନ୍ଦ୍ ଜୁଏଲର୍ସର ଏକ ନୂଆ ମେଗା ସୋ’ରୁମ୍ ଭୁବନେଶ୍ବର ନନ୍ଦନକାନନ ରୋଡ୍ର ରଘୁନାଥପୁରଠାରେ ଆଜି ଖୋଲିଛି। ୩୦ ହଜାର ବର୍ଗଫୁଟ ପରିମିତ ସ୍ଥାନରେ ବହୁତଳ ବିଶିଷ୍ଟ ଏହି ଅତ୍ୟାଧୁନିକ ସୋ’ରୁମ୍କୁ ମୁଖ୍ୟ ଅତିଥି ତଥା ବଲିଉଡ଼ ଅଭିନେତ୍ରୀ ସୋନମ କପୁର ଆହୁଜା ଉଦଘାଟନ କରିଛନ୍ତି। ଏଥିରେ ଲାଲ୍ଚାନ୍ଦ୍ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଂଜୟ ହଂସ ଏବଂ ବ୍ରାଣ୍ଡ୍ ଆମ୍ବାସଡ଼ର ତଥା ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇଥିଲେ। ଏଠାରେ ପାରମ୍ପରିକ ଡିଜାଇନଠାରୁ ଆରମ୍ଭ କରି ଅତ୍ୟାଧୁନିକ ଡିଜାଇନ, ଷ୍ଟାଇଲ୍ର ସୁନା, ରୁପା ଏବଂ ହୀରା ଆଦି ମୂଲ୍ୟବାନ ଧାତୁର ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରାଯାଇଛି। ନୂଆ ସୋ’ରୁମ୍ ସବୁବର୍ଗର ଗ୍ରାହକଙ୍କ ଚାହିଦା ପୂରଣ କରିବାରେ ସଫଳ ହେବ ବୋଲି ଆଶା ରଖାଯାଇଛି।
ଉଦ୍ଘାଟନ ପରିପ୍ରେକ୍ଷୀରେ ଗ୍ରାହକଙ୍କ ପାଇଁ ଏହି ସୋ’ରୁମ୍ରେ ଆକର୍ଷଣୀୟ ଅଫର୍ ପ୍ରଦାନ କରାଯାଉଛି। ସୁନା ଗହଣାର ଗଢ଼ା ମୂଲ୍ୟ ଗ୍ରାମ ପିଛା ୨୯୯ ଟଙ୍କା ରହିଥିବାବେଳେ ହୀରା ଉପରେ ୨୦ ପ୍ରତିଶତ, ରୁପା ଗଢ଼ା ମୂଲ୍ୟରେ ୫୦ ପ୍ରତିଶତ, ଫେସନ୍ ଜୁଏଲାରି ଉପରେ ୩୦ ପ୍ରତିଶତ, ବ୍ରାଣ୍ଡେଡ୍ ହାତଘଣ୍ଟା ଉପରେ ୨୦ ପ୍ରତିଶତ ଏବଂ ଲାଇଫଷ୍ଟାଇଲ ଉତ୍ପାଦ ଉପରେ ୧୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି। ଏଥିସହିତ ୨୫ ହଜାର ଟଙ୍କାରୁ ଊର୍ଧ୍ବ ମୂଲ୍ୟର ରୁପା ବାସନକୁସନ କିଣିଲେ ସ୍ବର୍ଣ୍ଣମୁଦ୍ରା ମାଗଣା ପ୍ରଦାନ କରାଯାଉଛି। ଏହି ଅଫର୍ ଚଳିତ ମାସ ୨ ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ଏଥିସହିତ ଉକ୍ତ ସୋ’ରୁମ୍ରେ ହୋଟେଲ ନିଉ ମାରିଅନ୍ ପକ୍ଷରୁ ଖୋଲାଯାଇଛି ଦୁଇଟି ରେସ୍ତୋରାଁ। ତାହା ହେଲା ‘ବ୍ଲିଙ୍ଗ୍ ଇଟ୍ ଅନ୍ କୋର୍ଟୟାର୍ଡ’ ଏବଂ ‘କନ୍ଫେଟି’। ରେସ୍ତୋରାଁରେ ସ୍ବାଦିଷ୍ଟ ଖାଦ୍ୟ ମିଳିବ। ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କର୍ପୋରେଟ୍ ଏକ୍ଜିକ୍ୟୁଟିଭ ପର୍ଯ୍ୟନ୍ତ ସମସ୍ତେ ଏଠାରେ ଭୋଜନ କରିପାରିବେ। କଣ୍ଟିନେଣ୍ଟାଲ, ଇଟାଲିଆନ୍, ମେକ୍ସିକାନ୍ ଡିସ୍, ଫ୍ରେସ୍ ବେକେରି ସାମଗ୍ରୀ ଏବଂ ହୋଟେଲ ନିଉ ମେରିଆନ୍ର ସିଗ୍ନେଚର ଫୁଡ୍ ଏଠାରେ ମିଳିବ।