ଲାମ୍ବୋରଗିନି ହୁରାକେନ୍ ଇବୋ ଭାରତରେ

ନୂଆଦିଲ୍ଲୀ: ଇଟାଲିର ବିଳାସପୂର୍ଣ୍ଣ ସ୍ପୋର୍ଟସ କାର ନିର୍ମାତା ଲାମ୍ବୋରଗିନି ଭାରତରେ ଏହାର ନୂଆ ଲାମ୍ବୋରଗିନି ହୁରାକେନ୍ ଇବୋର ବଜାର ପ୍ରବେଶ କରାଇଛି। ଏହା ରେଗୁଲାର ହୁରାକେନ୍‌ର ଫେସଲିଫ୍ଟ ମଡେଲ। ଅଲ୍ -ହ୍ବିଲ୍ ଡ୍ରାଇଭ ଭର୍ସନରେ ନୂଆ କାରଟି ବଜାରକୁ ଆସିଛି। ପୂର୍ବ ତୁଳନାରେ ନୂଆ ଭର୍ସନ କାରର ‌ବୈଶିଷ୍ଟ୍ୟ ଏବଂ ଡିଜାଇନରେ କିଛିଟା ପରିବର୍ତ୍ତନ ଅଣାଯାଇଛି। ଭାରତରେ ଏହି କାରର ଏକ୍ସ ସୋରୁମ ମୂଲ୍ୟ ୩ କୋଟି ୭୩ ଲକ୍ଷ ଟଙ୍କା ରହିଛି। ପୂର୍ବ ହୁରାକେନ୍ ତୁଳନାରେ ନୂଆ ହୁରାକେନର ଡିଜାଇନକୁ ଅଧିକ ଏରୋଡାଇନାମିକ୍ କରାଯାଇଛି। ମାତ୍ର ୨.୯ ସେକେଣ୍ଡ ମଧ୍ୟରେ ଏହି କାରର ବେଗ ଶୂନରୁ ୧୦୦ କିମିକୁ ବୃଦ୍ଧି କରାଯାଇ ପାରିବ।

ସମ୍ବନ୍ଧିତ ଖବର