ନୂଆଦିଲ୍ଲୀ: ବିମାନ ଯାତ୍ରୀମାନଙ୍କୁ ନିରାପତ୍ତା ଯାଞ୍ଚ ବେଳେ ବ୍ୟାଗ୍ ଭିତରୁ ଲାପ୍ଟପ୍ କିମ୍ବା ତରଳ ପଦାର୍ଥଗୁଡ଼ିକୁ ବାହାରକୁ କାଢ଼ିବାକୁ ପଡ଼ିବନି। ବିଶ୍ୱର ବ୍ୟସ୍ତବହୁଳ ବିମାନବନ୍ଦରଗୁଡ଼ିକରେ ଏବେ ୩ଡି ସ୍କାନର୍ ଜରିଆରେ ନିରାପତ୍ତା ଯାଞ୍ଚ କରାଯାଉଛି। ସେହି ସ୍କାନର୍ରେ ବ୍ୟାଗ୍ ଭିତରେ ଥିବା ସବୁ ପ୍ରକାର ଜିନିଷକୁ ଯାଞ୍ଚ କରିହେଉଛି। ଭାରତରେ ସେହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଉପରେ ସିଆଇଏସ୍ଏଫ୍ ବିଚାର କରୁଛି। ବିଶ୍ୱର ଅନ୍ୟ ଦେଶଗୁଡ଼ିକରେ ଥ୍ରିଡି ସ୍କାନର୍ କେତେ ଦୂର ସଫଳ ହେଉଛି ତାହା ଉପରେ ସିଆଇଏସ୍ଏଫ୍ ନଜର ରଖିଛି। ଦେଶର ଯେଉଁ ବିମାନ ବନ୍ଦରରେ ଅଧିକ ସଂଖ୍ୟକ ବ୍ୟବସାୟୀ ଯାତ୍ରା କରୁଛନ୍ତି ସେଠାରେ ପ୍ରଥମେ ଥ୍ରଡି ସ୍କାନର୍ ଲଗାଯାଇ ଏହାର ପରୀକ୍ଷଣ କରାଯିବ। ପରୀକ୍ଷଣ ସଫଳ ହେଲେ ଅନ୍ୟ ବିମାନ ବନ୍ଦରଗୁଡ଼ିକରେ ସେହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ସିଆଇଏସ୍ଏଫ୍ ତରଫରୁ କୁହାଯାଇଛି।
ବିମାନବନ୍ଦରରେ ବ୍ୟାଗ୍ରୁ କାଢ଼ିିବାକୁ ପଡ଼ିବନି ଲ୍ୟାପ୍ଟପ୍
/sambad/media/post_attachments/wp-content/uploads/2018/07/airindia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)