ଏକ ନମ୍ବର ସ୍ଥାନରେ ୧୬ ବର୍ଷ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆର ‌ଛୋଟ କାର୍‌ ଅଲ୍‌ଟୋ ଦୀର୍ଘ ୧୬ ବର୍ଷ ଧରି ଏକ ନମ୍ବର ସ୍ଥାନରେ ରହିଛି। ପ୍ରତିବର୍ଷ ସର୍ବାଧିକ ସଂଖ୍ୟ ଅଲ୍‌ଟୋ ଦେଶରେ ବିକ୍ରି ହେଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ମାରୁତି ସୁଜୁକି ପକ୍ଷରୁ ୧.୪୮ଟି ଅଲ୍‌ଟୋ ବିକ୍ରି କରାଯାଇଥିଲା। ୨୦୦୦ ସେପ୍ଟେମ୍ବରରେ ଅଲ୍‌ଟୋର ପ୍ରଥମ ମଡେଲ୍‌ ବଜାରକୁ ଆସିଥିଲା। ୨୦୦୪ ସୁଦ୍ଧା ଏହା ବିକ୍ରି କ୍ଷେତ୍ରରେ ଅନ୍ୟ ସବୁ କାର୍‌କୁ ପଛରେ ପକାଇ ଦେଇଥିଲେ। ସେହିବର୍ଷ ଠାରୁ ଏହାକୁ ଏକ ନମ୍ବର ସ୍ଥାନରୁ ଅନ୍ୟ କୌଣସି କାର୍‌ ହଟାଇ ପାରିନାହାନ୍ତି।

ଗ୍ରାହକଙ୍କ ପସନ୍ଦ ଓ ଆବଶ୍ୟକତା ଅନୁଯାୟୀ କଂପାନି ନିୟମିତ ବ୍ୟବଧାନରେ ଅଲ୍‌ଟୋରେ ଉନ୍ନତି ଆଣୁଛି। ଦେଶରେ ବିଏସ୍‌-୬ ନିୟମ ଲାଗୁ ହେବା ପରେ ବର୍ତମାନର ଅଲ୍‌ଟୋରେ ଡ୍ରାଇଭର୍‌ ପାର୍ଶ୍ବ ଏୟାରବ୍ୟାଗ୍, ଆଣ୍ଟି ଲକ୍ ବ୍ରେକିଙ୍ଗ୍‌ ସିଷ୍ଟମ୍ ଓ ଇଲେକ୍ଟ୍ରୋନିକ ବ୍ରେକ୍-ଫୋର୍ସ ଡିଷ୍ଟ୍ରିବ୍ୟୁସନ୍ ଭଳି ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରାଯାଇଛି। ଅତ୍ୟଧିକ ବେଗରେ ଗାଡ଼ି ଚାଲୁଥିବା ବିଷୟରେ ସତର୍କ କରାଇବା ଲାଗି ଏଥିରେ ବ୍ୟବସ୍ଥା ଥିବା ବେଳେ ପଛ ପାର୍କିଂ ସେନ୍‌ସର୍‌ ମଧ୍ୟ ରହିଛି। ଅଲ୍‌ଟୋର ପେଟ୍ରୋଲ୍ ମଡେଲ୍‌ ଲିଟର ପିଛା ୨୨ କିମି ମାଇଲେଜ୍ ଦେଉଥିବା ବେଳେ ସିଏନ୍‌ଜି ମଡେଲ୍‌ କେଜି ପିଛା ୩୧.୫୬ କିମି ମାଇଲେଜ୍ ଦେଉଛି। ମାରୁତି ସୁଜୁକିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି, ଅଲ୍‌ଟୋର ଏତେ ସଂଖ୍ୟକ ଗ୍ରାହକଙ୍କ ଏହା ପ୍ରମାଣିତ କରୁଛି ଯେ ନିୟମିତ ବ୍ୟବଧାନରେ ଏହି ଗାଡ଼ିରେ ଯେଉଁ ନୂତନ ସୁବିଧା ସବୁ ଦିଆଯାଉଛି ତାହାକୁ ଲୋକମା‌ନେ ପସନ୍ଦ କରୁଛନ୍ତି। ଗ୍ରାହକଙ୍କ ପସନ୍ଦରକୁ ନଜରରେ ରଖି ଆମେ ଉତ୍ପାଦକୁ ଉନ୍ନତ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର