ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ରହିଛି। ରିଟର୍ଣ୍ଣ ଦାଖଲ ତାରିଖ ବୃଦ୍ଧି ପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରିବାର କୌଣସି ସଂକେତ ଦେଇନାହାନ୍ତି। ତେଣୁ ଆୟକର ଦାଖଲ ପାଇଁ ଭିଡ଼ ଲାଗି ରହିଛି। ୨୦୨୨-୨୩ ଆକଳନ ବର୍ଷ ପାଇଁ ଜୁଲାଇ ୩୦ ତାରିଖରେ ରାତି ୭ଟା ସୁଦ୍ଧା ଆୟକର ୱେବସାଇଟ୍ରେ ୬୩ ଲକ୍ଷରୁ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି। ଫଳରେ ୨୦୨୨-୨୩ ଆକଳନ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସଂଖ୍ୟା ୫ କୋଟି ଟପିଯାଇଛି। ଜୁଲାଇ ୨୯ ତାରିଖରେ ପାଖାପାଖି ୪୩ ଲକ୍ଷ ଆୟକର ରିଟର୍ଣ୍ଣ ଦାଖଲ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଅଡିଟ୍ ହେଉ ନଥିବା ଆକାଉଣ୍ଟ ବର୍ଗରେ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ରଖାଯାଇଛି। ଜରିମାନା ଦେବାରୁ ରକ୍ଷା ପାଇବା ପାଇଁ ଲୋକମାନେ ଧାର୍ଯ୍ୟ ତାରିଖ ପୂର୍ବରୁ ରିଟର୍ଣ୍ଣ ଦାଖଲ ପାଇଁ ଭିଡ଼ ଲଗାଇଛନ୍ତି।
ଆୟକର ରିଟର୍ଣ୍ଣ ଦାଖଲ ଶେଷ ତାରିଖ ଆଜି
/sambad/media/post_attachments/wp-content/uploads/2021/09/Income_Tax.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)