ନୂଆଦିଲ୍ଲୀ: ଆପଣ ଯଦି ୧୦ ବର୍ଷ ପୂର୍ବେ ଆଧାରକାର୍ଡ ନେଇଥିଲେ ଏବଂ ତାହାକୁ ବର୍ତ୍ତମାନ ସୁଦ୍ଧା କେବେ ବି ଅପଡେଟ୍ କରିନାହାନ୍ତି ତା’ହେଲେ ଜୁନ ୧୪ ତାରିଖ ଅର୍ଥାତ୍‌ ବୁଧବାର ସୁଦ୍ଧା ଏହାକୁ ମାଗଣାରେ ଅପଡେଟ୍ କରିପାରିବେ। ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ରକୁ ଅପଲୋଡ ଏବଂ ଅପଡେଟ୍ ମାଗଣାରେ ୨୦୨୩ ମାର୍ଚ୍ଚ ୧୫ରୁ ଜୁନ ୧୪ ମଧ୍ୟରେ ଅନଲାଇନରେ ମାଗଣାରେ କରିପାରିବେ ବୋଲି ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି। myaadhaar.uidai.gov.in ୱେବସାଇଟରେ ଏହାକୁ ବିନା ମୂଲ୍ୟରେ କରାଯାଇ ପାରିବ। କିନ୍ତୁ କମନ ସର୍ଭିସ ସେଣ୍ଟର ଜରିଆରେ ଏହାକୁ କରିଲେ ୫୦ ଟଙ୍କା ଦେବାକୁ ହେବ।