ନୂଆଦିଲ୍ଲୀ: ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ଦେଶର ୧୦ କୋଟି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କା ଲେଖାଏଁର ସ୍ୱାସ୍ଥ୍ୟ ବୀମା ପ୍ରଦାନ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ତେବେ ଏହି ଯୋଜନାରେ ବୀମା କମ୍ପାନି ଗୁଡ଼ିକ ଚିକିତ୍ସାଳୟ ଗୁଡ଼ିକୁ କ୍ଲେମ ପ୍ରଦାନରେ ବିଳମ୍ବ କରିଲେ ସେମାନଙ୍କୁ ଜରିମାନା ରାଶି ଗଣିବାକୁ ହେବ। ସରକାର ଏଭଳି ଏକ ପ୍ରସ୍ତାବ ଉକ୍ତ ଯୋଜନାରେ ରଖିଛନ୍ତି। ଉକ୍ତ ସ୍କିମ୍ ଅଧୀନରେ ଯଦି ଏକ ବୀମା କମ୍ପାନି କ୍ଲେମ ପ୍ରଦାନ ୧୫ ଦିନରୁ ଅଧିକ ଡେରି କରେ ତା’ହେଲେ ସେହି କମ୍ପାନିକୁ ଦାବି ରାଶି ଉପରେ ସପ୍ତାହକୁ ୧ ପ୍ରତିଶତ ସୁଧ ଦେବାକୁ ହେବ। ଏହି ବାବଦ ଅର୍ଥରାଶି ପୂର୍ଣ୍ଣ ପୈଠ ହେବା ପର୍ଯ୍ୟନ୍ତ ଏ ବାବଦରେ କମ୍ପାନିକୁ ସୁଧ ଗଣିବାକୁ ହେବ। ବୀମା କମ୍ପାନି ସିଧାସଳଖ ଡାକ୍ତରଖାନାକୁ ଜରିମାନା ରାଶି ପ୍ରଦାନ କରିବ। ଏହି ଯୋଜନା ପାଇଁ ଉଦ୍ଦିଷ୍ଟ ଆଦର୍ଶ ଟେଣ୍ଡର ଦସ୍ତାବିଜରୁ ଏ ବିଷୟ ଜଣାଯାଇଛି। ଟେଣ୍ଡର ଦସ୍ତାବିଜ୍ରେ ଅନ୍ୟାନ୍ୟ ବିଷୟ ମଧ୍ୟ ଉଲ୍ଲେଖ ରହିଛି। ବର୍ତ୍ତମାନ ସୁଦ୍ଧା ୨୦ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସହିତ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରି ସାରିଛନ୍ତି।
କ୍ଲେମ୍ ପୈଠ ବିଳମ୍ବ ହେଲେ ବୀମା କମ୍ପାନି ଗଣିବେ ଜରିମାନା
/sambad/media/post_attachments/wp-content/uploads/2018/06/basics-of-finance.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)