ନୂଆଦିଲ୍ଲୀ: ଯେପରି ପନିପରିବା ବିକାଳିମାନେ ଆପଣଙ୍କ ଦ୍ୱାରକୁ ଯାଇ ପରିବା ବିକ୍ରି କରିଥାଆନ୍ତି ଠିକ୍ ସେହିପରି ଆଗାମୀ ଦିନରେ ଫୋନ୍ ବିକ୍ରେତା ମଧ୍ୟ ଆପଣଙ୍କ ନିକଟରେ ଆସି ପହଞ୍ଚିବେ। 

Advertisment

ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା ଭାରତୀୟ ଉପଭୋକ୍ତାଙ୍କୁ ଆକର୍ଷିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। କମ୍ପାନି Demo@Home ନାମକ ଏକ ପ୍ରୟାସ ଆରମ୍ଭ କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଘରେ ସ୍ମାର୍ଟଫୋନର ଅନୁଭବ କରାଇବା। 

ଏହି ସମୟରେ ଯଦି କୌଣସି ଉପଭୋକ୍ତା ପସନ୍ଦ କରିଥିବା ସ୍ମାର୍ଟଫୋନ୍ କିଣିବାକୁ ଚାହିଁବେ କିଣି ପାରିବେ, ନଚେତ୍ କୌଣସି ଅସୁବିଧା ନାହିଁ। 

ସ୍ମାର୍ଟଫୋନ୍ ଶିଳ୍ପରେ ପ୍ରଥମଥର ପାଇଁ କୌଣସି କମ୍ପାନି ଲୋକଙ୍କ ଘରକୁ ଯାଇ ସେମାନଙ୍କୁ ଫୋନ୍ ଦେଖାଇବା ପ୍ରୟାସ ଆରମ୍ଭ କରିଛି। 

ଲାଭା କମ୍ପାନି ସୂତ୍ରରୁ ପ୍ରକାଶ, ‘Demo@Home ସେବା ଅନଲାଇନରେ ବୁକ୍ କରିବାକୁ ପଡିବ। ଯେଉଁମାନେ ଲାଭା ଫୋନ୍ କିଣିବାକୁ ଚାହାଁନ୍ତି, ସେମାନଙ୍କୁ କମ୍ପାନିର ୱେବସାଇଟକୁ ଯାଇ ଏକ ଛୋଟ ଫର୍ମ ପୂରଣ କରିବାକୁ ପଡିବ। ଏଥିରେ ଆପଣଙ୍କୁ ଆପଣଙ୍କର ନାମ, ଫୋନ୍ ନମ୍ବର, ସହର, ପିନ୍ କୋଡ୍ ଏବଂ ସମ୍ପୂର୍ଣ୍ଣ ଠିକଣା ଭଳି କିଛି ମୌଳିକ ସୂଚନା ଦେବାକୁ ପଡିବ। ଏହାପରେ ଉପଭୋକ୍ତାଙ୍କୁ କିଣିବାକୁ ଚାହୁଁଥିବା ସ୍ମାର୍ଟଫୋନ୍ ମଡେଲ୍ ଚୟନ କରିବାକୁ ପଡିବ। ଏହାସହିତ ଗ୍ରାହକଙ୍କ ପାଇଁ ଇଚ୍ଛା ମୁତାବକ ତାରିଖ ଏବଂ ସମୟ ସ୍ଲଟ୍ ଚୟନର ମଧ୍ୟ ବିକଳ୍ପ ରହିବ। 

ଫର୍ମ ଦାଖଲ ହେବା ପରେ ଲାଭାରୁ ପକ୍ଷରୁ ଗ୍ରାହକଙ୍କୁ ଯୋଗାଯୋଗ କରାଯିବ। କମ୍ପାନିର ଜଣେ କର୍ମଚାରୀ ଆପଣ ନିଶ୍ଚିତ କରିଥିବା ତାରିଖ ଓ ସମୟରେ ଯାଇ ଘରେ ପହଞ୍ଚିବେ। ଘରେ ପହଞ୍ଚି ସେ ଆପଣ ପସନ୍ଦ କରିଥିବା ଫୋନ ଦେଖାଇବା ସହିତ ସେଥିରେ କ’ଣ ସବୁ ସୁବିଧା ରହିଛି ସେ ବିଷୟରେ ବୁଝା୍ଇ କହିବେ। ଯଦ୍ବାରା ବ୍ୟବହାରକାରୀମାନେ ଫୋନର ଡିଜାଇନ୍ ଏବଂ ପ୍ରଦର୍ଶନର ଅଭିଜ୍ଞତା ପାଇପାରିବେ। ଏହି ସମୟ ମଧ୍ୟରେ ଫୋନ୍ କିଣିବା ପାଇଁ କୌଣସି ଚାପ ରହିବ ନାହିଁ ।