ଭୁବନେଶ୍ୱର: ଖାରବେଳ ନଗରଠାରେ ନୂଆ ଗହଣା ସୋ’ରୁମ୍ ‘ଲାବଣ୍ୟ ଜୁଏଲାରି’ ଚଳିତ ମାସ ୧୫ ତାରିଖ (ସୋମବାର) ଉଦ୍ଘାଟିତ ହେବ। ବଲିଉଡ୍ର ଗ୍ଲାମରସ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବେ। ଏହି ଅବସରରେ ବଲିଉଡ୍ ନିର୍ଦେଶକ ବବି ଖାନ୍ ଏବଂ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସ ମଧ୍ୟ ରହିବେ। ଭୂମିକା ହେଉଛନ୍ତି ସୋ’ରୁମ୍ର ବ୍ରାଣ୍ଡ୍ ଆମ୍ବାସାଡର। ଲାବଣ୍ୟ ଜୁଏଲାରି ବିଷୟରେ ସୂଚନା ଦେଇ ଏହାର ନିର୍ଦେଶକ ସତେନ୍ଦ୍ର କୁମାର ମିଶ୍ର କହିଛନ୍ତି ଯେ ଥରେ ଯେଉଁ ଗ୍ରାହକ ଆମ ସୋ’ରୁମ୍୍କୁ ଆସିବେ ସେ ଆମର ସବୁ ଦିନିଆ ଗ୍ରାହକ ହୋଇଯିବେ। ସେହି ବିଶ୍ୱାସ ଆମର ରହିଛି। ଲାବଣ୍ୟ ଜୁଏଲାରିରେ ବିଭିନ୍ନ ଡିଜାଇନର ସୁନା, ହୀରା ଏବଂ ରୁପା ଗହଣା ବିକ୍ରି କରାଯିବ। ପ୍ରତ୍ୟକ ସୁନା କିଣା ଉପରେ ୮% ରିହାତି, ରୁପାର ଗଢ଼େଇ ମୂଲ୍ୟରେ ୫୦% ରିହାତି ଏବଂ ହୀରା ଗହଣା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ଗ୍ରାହକମାନଙ୍କ ପାଇଁ ଲକି ଡ୍ର’ ଜରିଆରେ କାର୍ ଓ ମୋଟରସାଇକଲ୍ ଜିତିବାର ସୁଯୋଗ ରହିଛି। ପଚାଶ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଗହଣା କିଣାକିଣି ଉପରେ ଲାବଣ୍ୟ ଜୁଏଲାରି ଗ୍ରାହକମାନଙ୍କୁ ଦୁଇଟି ନେହା କକ୍କର ନାଇଟ୍୍ ପ୍ରବେଶ ପତ୍ର ମିଳିବ। ଚଳିତ ବର୍ଷ କେନ୍ଦୁଝର ଏବଂ ବାରିପଦାରେ ଲାବଣ୍ୟ ଜୁଏଲାରିର ଦୁଇଟି ନୂଆ ସୋ’ରୁମ୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏହି ଅବସରରେ ଲାବଣ୍ୟ ଜୁଏଲାରିର ମହାପ୍ରବନ୍ଧକ ସୀତାକାନ୍ତ ପଟ୍ଟନାୟକ ଏବଂ ପ୍ରବନ୍ଧକ (ଅର୍ଥ) ନିର୍ମଳ କୁମାର ନାୟକ ଉପସ୍ଥିତ ଥିଲେ।
ସୋମବାର ଖୋଲିବ ‘ଲାବଣ୍ୟ ଜୁଏଲାରି’
ଆସିବେ ଉର୍ବଶୀ ରୌତେଲା
/sambad/media/post_attachments/wp-content/uploads/2018/01/lavanya-jewellery-press-meet-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)