ନୂଆଦିଲ୍ଳୀ: ଅନ୍ୟ ଭାଷା ବୁଝିବାରେ ଅସୁବିଧା ହେଉଛି କି? ଗୁଗୁଲ୍ ଏବେ ଏହାର ସମାଧାନର ବାଟ କାଢ଼ିଛି। ଏକ ଏପରି ସୁବିଧା ଆଣିଛି ଯାହା ଦ୍ୱାରା ବିନା କୌଣସି ପ୍ରଶିକ୍ଷଣରେ ଆପଣ ପ୍ରାୟ ୪୦ଟି ଭାଷା ବୁଝିବାରେ ସମର୍ଥ ହେବେ। ଆଉ ଏଥିପାଇଁ ଆପଣଙ୍କୁ ସାହାଯ୍ୟ କରିବ ମାତ୍ର ଗୋଟିଏ ଇୟର୍ ଫୋନ୍। ଯାହାର ନାଁ ରହିିଛି ‘ଗୁଗଲ୍ ପିକ୍ସେଲ୍ ବଡ୍ସ’। ଏହି ଇୟର୍ ଫୋନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ରିୟଲ୍ ଟାଇମରେ ଅନୁବାଦ କରିଥାଏ। ଏହାର ଦକ୍ଷିଣ ପାଶ୍ୱର୍ ଇୟରପିସରେ ରହିଛି ବିଲ୍ଟ୍ ଇନ୍ କଣ୍ଟ୍ରୋଲ୍। ଏହା ଦ୍ୱାରା ଆପଣ କମାଣ୍ଡ ଦେଇପାରିବେ। ଆପଣ ଯେଉଁ ଭାଷା କହିବାକୁ ଚାହୁଁଛନ୍ତି ଆପଣ ଏହି ଦକ୍ଷିଣ ପାର୍ଶ୍ୱ ଇୟର୍ ପିସକୁ ଧରି ସାହାଜ୍ୟ ମାଗିଲେ ଆପଣଙ୍କୁ ତୁରନ୍ତ ସାହାଯ୍ୟ ମିଳିବ। ଖାଲି ସେତିକି ନୁହେଁ ଆପଣ ଭାଷା ବୁଝିବା ପାଇଁ ମଧ୍ୟ ସାହାଯ୍ୟ ମାଗିପାରିବେ।
ଏହାକୁ ଆପଣ ଇୟରଫୋନ୍ ନୁହେଁ ନିଜର ବ୍ୟକ୍ତିଗତ ଅନୁବାଦକ ବୋଲି ଭାବିପାରନ୍ତି। ଆପଣ ଯେଉଁଠାକୁ ଯିବେ ତାହାକୁ ସାଥିରେ ନେଇ ପାରିବେ। ଏପରି ସୁବିଧା ଗୁଗୁଲ୍ ଆଣି ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/911093216-copying-bobbing-rhythm-homework-studying-learning.jpg)