ନୂଆଦିଲ୍ଲୀ: ଅତୀତରେ ଦେଶର ଅର୍ଥନୀତି ଅନେକ ଜଟିଳ ପରିସ୍ଥିତି ଦେଇ ଗତି କରିଛି। କିଛି ଯୋଜନା ଆଶ୍ଚର୍ଯ୍ୟଜନକ ସଫଳତା ପ୍ରଦାନ କରିଥିବା ବେଳେ ଆଉ କିଛି ନିଷ୍ପତ୍ତି ବିକାଶ ପ୍ରକ୍ରିୟାରେ ପ୍ରତିବନ୍ଧକ ସାଜିଥିଲା। ସ୍ବାଧୀନ ଭାରତ ଇତିହାସରେ ଏଭଳି ଅନେକ ଉଦାହରଣ ରହିଛି। ବର୍ତ୍ତମାନ ଦେଶରେ କୃଷି ଋଣ ଛାଡ଼ ପାଇଁ ରାଜନୈତିକ ଦଳ ଓ ରାଜ୍ୟଗୁଡ଼ିକ ଭିତରେ ଏକ ପ୍ରକାର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଏହା ଯେ ସାଂପ୍ରତିକ ଭାରତୀୟ ଅର୍ଥନୀତି ପାଇଁ ଶ୍ରେଷ୍ଠ ସମାଧାନ ନୁହେଁ ତାହା ଅର୍ଥନୀତିଜ୍ଞମାନେ ବାରମ୍ବାର କହୁଛନ୍ତି। ଅତୀତରେ ଏଭଳି ଅନେକ ଭୁଲ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥି ପାଇଁ ଭାରତ ଯେଉଁଭଳି ଉଚ୍ଚ ସ୍ତରରେ ପହଞ୍ଚିବା କଥା, ପହଞ୍ଚି ପାରିଲା ନାହିଁ। ଏବେର ରାଜନେତାମାନେ ଯଦି ସେଭଳି ଭୁଲକୁ ଦୋହରାଇବେ ତେବେ ସ୍ଥିତି ଆହୁରି ଖରାପ ହେବାର ଆଶଙ୍କା ରହିଛି। ଅର୍ଥନୈତିକ ଯୋଜନା ପ୍ରସ୍ତୁତିରେ ଅତୀତରେ କେଉଁଭଳି ସବୁ ଭୁଲ ହୋଇଥିଲା ସେ ବିଷୟରେ ଏକ ନିବନ୍ଧରେ ବର୍ଣ୍ଣନା କରିଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପିଟିଟିଭ୍ନେସ୍ର ଅମିତ କପୁର। ତାଙ୍କ ମତରେ ଆଜି ଦେଶରେ ଯେଉଁ ସମସ୍ୟା ଲାଗି ରହିଛି ତାହା ସ୍ବାଧୀନତା ପରେ ଆରମ୍ଭ ହୋଇଥିଲା। କୋଟା ଓ ଲାଇସେନ୍ସ ବ୍ୟବସ୍ଥା ଏତେ ମାତ୍ରାରେ ଥିଲା ଯେ ଅର୍ଥନୀତିର ଗତି ମନ୍ଥର ହୋଇଗଲା। ଯୋଜନାଭିତ୍ତିକ ଅର୍ଥନୀତି (ପ୍ଲାନଡ୍ ଇକୋନମି) ଭାରତ ଭଳି ଦେଶ ପାଇଁ କେତେ ଆବଶ୍ୟକ ତାହାର ଆକଳନ କରିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସେହି ସମୟର ଶ୍ରେଷ୍ଠ ଓ ପ୍ରତିଭାବାନ ଅର୍ଥନୀତିଜ୍ଞ ଗୁନାର୍ ମିର୍ଡାଲ୍, ରଙ୍ଗନାର୍ ଫ୍ରିସ୍ଚ, ଜାନ୍ ଟିମ୍ବରଜେନ୍, ଓସ୍କାର୍ ଲାଙ୍ଗେ ଓ ରିଚାର୍ଡ ଗୁଡ୍ୱିନ୍ଙ୍କ ସହ ଆଲୋଚନା କରିଥିଲେ। ସେହି ଆଲୋଚନାର ନିର୍ଯାସ କିନ୍ତୁ କାର୍ଯ୍ୟକାରୀ କରାଯାଇପାରିଲା ନାହିଁ। କିଛି ବର୍ଷ ପରେ ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ ମୁକ୍ତ ବଜାର ବିଷୟରେ ପ୍ରଚାର କରିଥିଲେ। ଦକ୍ଷିଣ କୋରିଆ, ତାଇୱାନ୍, ହଂକଂ ଓ ସିଙ୍ଗାପୁର ଭଳି କିଛି ଦେଶ ନିଜର ବଜାରକୁ ଉନ୍ମୁକ୍ତ କରି ବେଶ ସଫଳତା ହାସଲ କରିଥିଲେ। ସେହି ଦେଶଗୁଡ଼ିକୁ ‘ଦି ଇଷ୍ଟ୍ ଏସିଆନ୍ ମିରାକଲ୍’ ବୋଲି କୁହାଗଲା। ସତୁରିରୁ ଅଶି ଦଶକରେ ଭାରତ ନିଜକୁ ଉନ୍ମୁକ୍ତ କରିବା ବଦଳରେ ଅର୍ଥନୀତିକୁ ଆହୁରି ସଙ୍କୁଚିତ କରିଦେଲା। ବ୍ୟାଙ୍କ, ବୀମା ଠାରୁ ଆରମ୍ଭ କରି କୋଇଲା ପର୍ଯ୍ୟନ୍ତ ସବୁ କ୍ଷେତ୍ରର ଜାତୀୟକରଣ କରାଗଲା।
୧୯୭୦ ବେଳକୁ ଚୀନ୍ ଯେତେବେଳେ ନିଜର ଅର୍ଥନୀତିକୁ ଉନ୍ମୁକ୍ତ କରିବା ଆରମ୍ଭ କଲା, ଭାରତ ସେ ପର୍ଯ୍ୟନ୍ତ ନିଜ ଅର୍ଥନୀତି ଯୋଜନାରେ କୌଣସି ପରିବର୍ତନ ଆଣିନଥିଲା। ୧୯୬୦ରୁ ୧୯୯୦ ଭିତରେ ଅର୍ଥନୀତିକୁ ସୁଧାରିବା ପାଇଁ ଭାରତ ସରକାର ଡଜନେରୁ ଅଧିକ କମିଟି ଗଠନ କରିଥିଲେ। ସବୁ କମିଟି ଶିଳ୍ପ ଲାଇସେନ୍ସ କଟକଣା ଉପରେ ଆଙ୍ଗୁଳି ଉଠାଇଥିଲେ। ନିର୍ବାଚନ ହାରିଯିବା ଭୟରେ ସରକାର ଅର୍ଥନୈତିକ ନୀତି ବଦଳାଇବାକୁ ସାହସ କରୁନଥିଲେ। ଫଳରେ ସ୍ଥିତି ଖରାପରୁ ଅତି ଖରାପ ଆଡ଼କୁ ଗତି କରିଥିଲା ଓ ୧୯୯୧ ମସିହାରେ ଭାରତ ବାଲାନ୍ସ ଅଫ୍ ପେମେଣ୍ଟ୍ ସଙ୍କଟରେ ପଡ଼ିଯାଇଥିଲା। ଏହା ପରେ ସରକାର ସଜାଗ ହୋଇଥିଲେ ଓ ଅର୍ଥନୀତିକୁ କିଛିଟା ଉନ୍ମୁକ୍ତ କରିବା ଆରମ୍ଭ କରିଥିଲେ। ଏହାର ପରବର୍ତୀ ସମୟରେ ଦେଶରେ ସୂଚନା ପ୍ରଯୁକ୍ତି (ଆଇଟି) ବିପ୍ଳବ ଦେଖାଦେଇଥିଲା ଯାହା ଦେଶର ଅର୍ଥନୀତିର ଚିତ୍ର ବଦଳାଇ ଦେଇଥିଲା।
ଇତିହାସରୁ ଶିଖିବାର ଅଛି
ଭାରତର ଅର୍ଥନୀତି
/sambad/media/post_attachments/wp-content/uploads/2018/12/banned_note-770x433.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)