ନୂଆଦିଲ୍ଲୀ: ଭାରତରେ ୫ କୋଟି ୮୦ ଲକ୍ଷ ବରିଷ୍ଠ ନାଗରିକ ପେନସନ ପାଉନାହାନ୍ତି। ଏହି ବରିଷ୍ଠ ନାଗରିକମାନଙ୍କୁ କୌଣସି ପ୍ରକାର ପେନସନ କିମ୍ବା ସହାୟତା ମିଳେନାହିଁ। ନାଗରିକ ସମାଜ ସଂଗଠନ ପେନସନ ପରିଷଦ ପକ୍ଷରୁ ଏହା କୁହାଯାଇଛି। ଭାରତରେ ପେନସନ ସ୍ଥିତି ୨୦୧୮ ରିପୋର୍ଟ ପରିପ୍ରେକ୍ଷୀରେ ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ କୁହନ୍ତି, ବରିଷ୍ଠ ନାଗରିକଙ୍କ ପାଇଁ ପେନସନକୁ ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ତାଙ୍କର ପ୍ରମୁଖ ଇନ୍ଦିରା ଗାନ୍ଧୀ ଜାତୀୟ ସାମାଜିକ ସହାୟତା (ଆଇଜିଏନଓଏପିଏସ) କାର୍ଯ୍ୟକ୍ରମରେ ଜିଡିପିର ମାତ୍ର ୦.୦୪% ଅର୍ଥ ବ୍ୟୟ କରୁଛନ୍ତି। ତେବେ ଦେଶର ୯୦ ପ୍ରତିଶତ ବରିଷ୍ଠ ନାଗରିକଙ୍କ ପାଇଁ ପେନସନକୁ ପ୍ରତିମାସରେ ୨୫୦୦ ଟଙ୍କାର ପେନସନ ରାଶି ପ୍ରଦାନକୁ ନିଶ୍ଚିତ କରିବା ପାଇଁ ହେଲେ ସରକାରଙ୍କୁ ବର୍ତମାନ ଜିଡିପିର ୧.୫% ଅର୍ଥ ଖର୍ଚ କରିବାକୁ ହେବ ବୋଲି ପ୍ରଫେସର ପଟ୍ଟନାୟକ କହିଛନ୍ତି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି) ଅନୁଯାୟୀ, ୮ କୋଟି ବରିଷ୍ଠ ନାଗରିକ ମାସିକ ୨୦୦ ଟଙ୍କାର ପେନସନ ପାଇବାକୁ ହକ୍ଦାର। ତେବେ ଏହି ସ୍ବଳ୍ପ ପରିମାଣର ପେନସନ ରାଶି କେବଳ ୨ କୋଟି ୨୩ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ପାରିଛି ବୋଲି ପେନସନ ପରିଷଦର ସଂଯୋଜକ ନିଖିଲ ଦେ କହିଛନ୍ତି। ସଂଗଠନ ପକ୍ଷରୁ ଏହା କୁହାଯାଇଛି ଯେ, ଭାରତଠାରୁ ଅପେକ୍ଷାକୃତ ଖୁବ ଛୋଟ ଅର୍ଥନୀତି ନେପାଳ, ବଲିଭିଆ, ଲିସୋଥୋ, ବୋସୱାନା, ଇକ୍ବେଡରରେ ବରିଷ୍ଠ ନାଗରିକଙ୍କ ପାଇଁ ଭଲ ପେନସନ ଯୋଜନା ରହିଛି।
୬ କୋଟି ଭାରତୀୟ ପେନ୍ସନ୍ରୁ ବଞ୍ଚିତ
/sambad/media/post_attachments/wp-content/uploads/2018/01/pension-rti.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)