ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ସ୍ମାର୍ଟଫୋନ୍ ନିର୍ମାତା ଆପଲ୍‌ ଏହାର ଆଇଫୋନ୍ ଏବଂ ଅନ୍ୟାନ୍ୟ ଉତ୍ପାଦର ଉତ୍ପାଦନକୁ ଚୀନ୍‌ ବାହାରକୁ ନେବା ଲାଗି ଉଦ୍ୟମ କରୁଛି। ଏହି ପ୍ରକ୍ରିୟାରେ ଦୁଇଟି ଦେଶ ଲାଭବାନ ହୋଇଛନ୍ତି। ତାହା ହେଉଛି ଭାରତ ଓ ଭିଏତ୍‌ନାମ। ଆପଲ୍‌ର ସାମଗ୍ରୀ ଉତ୍ପାଦନ କରୁଥିବା ସଂସ୍ଥା ନିଜ କାରଖାନାକୁ ଚୀନ୍‌ ବାହାରକୁ ନେବା ବେଳେ ସେମାନେ ଭାରତ କିମ୍ବା ଭିଏତ୍‌ନାମକୁ ପସନ୍ଦ କରୁଥିବା ଜଣାପଡ଼ିଛି। ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଏବଂ କରୋନା ମହାମାରୀ ପରେ ଯୋଗାଣ ଶୃଙ୍ଖଳରେ ସୃଷ୍ଟି ହୋଇଥିବା ସମସ୍ୟା ବିଚାରକୁ ନେବା ପରେ କୌଣସି କଂପାନି ଆଉ ଚୀନ୍‌ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିବାକୁ ଚାହୁନାହାନ୍ତି।