ଭୁବନେଶ୍ୱର: ପ୍ରଦୂଷଣ ଓ ତାପମାତ୍ରା ଯୋଗୁଁ ଲୋକମାନଙ୍କ ଚର୍ମ ରୁକ୍ଷ ହୋଇଯାଉଛି। ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ। ଏଭଳି ସମସ୍ୟାର ସମାଧାନ ପାଇଁ ଲେଜର ପ୍ରଯୁକ୍ତିରେ ଚିକିତ୍ସା ଉପଲବ୍ଧ ହୋଇଛି। ଲେଜର ପ୍ରଯୁକ୍ତି ଜରିଆରେ ଚମ;ରେ ପୁଣି ଉଜ୍ୱଳତା ଫେରି ଆସୁଛି। ଏହି ପ୍ରଯୁକ୍ତିରେ ଏକ ସ୍ୱତନ୍ତ୍ର ପ୍ରକାର ଆଲୋକ ରଶ୍ମୀ ଚର୍ମରେ ପ୍ରବେଶ କରାଯାଇ ସ୍କିନ୍ ଟୋନ୍, କଳାଦାଗ, ପ୍ୟାଚି ସ୍କିନ୍ ଆଦିର ଚିକିତ୍ସା କରାଯାଉଛି। ଏଭଳି ଚିକିତ୍ସା ବିଷୟରେ ଉତ୍ତରପ୍ରଦେଶ ବାରାବୁଙ୍କି ଏଚ୍ଆଇଏମ୍ଏସ୍ ସାଫେଦାବାଦ୍ର ଡର୍ମାଟୋଲୋଜି ବିଭାଗର ମୁଖ୍ୟ ଡକ୍ଟର ସୁନୀଲ କୁମାର ଗୁପ୍ତା କହିଛନ୍ତି ମୁଁ ମୋ ପାଖକୁ ଆସୁଥିବା ରୋଗୀଙ୍କଠାରେ ତ୍ୱଚା ରୁକ୍ଷତାର ନିରାକରଣ ପାଇଁ ସଫଳତାର ସହିତ ସୁରକ୍ଷିତ ଲେଜର ଜ୍ଞାନକୌଶଳର ଉପଯୋଗ କରିଥାଏ। ଏହା ଶୀଘ୍ର ତ୍ୱଚାର ପ୍ରାକୃତିକ ରଙ୍ଗ ଫେରାଇ ଆଣିବା ସହିତ ଏହାର ଉଜ୍ୱଳତା ମଧ୍ୟ ବଢ଼ାଇଥାଏ। ଅଭିଜ୍ଞ ଚର୍ମରୋଗ ବିଶେଷଜ୍ଞଙ୍କ ଦ୍ୱାରା ଏହି ଚିକିତ୍ସା କରାଇଲେ ଭଲ ବୋଲି ସେ କହିଛନ୍ତି।
ରୁକ୍ଷ ଚର୍ମ ପାଇଁ ଲେଜର ଚିକିତ୍ସା ସୁବିଧା
/sambad/media/post_attachments/wp-content/uploads/2017/09/scents-lead-to-a-confident-you-1-size-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)