ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ପରିବାର ନିଃସନ୍ଦେହରେ ବିଶ୍ୱର ସବୁଠାରୁ ଧନୀ ପରିବାର ମଧ୍ୟରୁ ଅନ୍ୟତମ। ସେମାନଙ୍କର ଆକର୍ଷଣୀୟ ଜୀବନଚର୍ଯ୍ୟା, ଉତ୍ସବ ପାଳନ, ବ୍ୟୟବହୁଳ ଜୀବନଶୈଳୀ ଏବଂ ସଫଳ ବ୍ୟବସାୟ ଉଦ୍ୟୋଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଜଣେ ବ୍ୟାବସାୟିକ ବ୍ୟକ୍ତିତ୍ବ ହେବା ସହ ଜଣେ ସମାଜସେବୀ ମଧ୍ୟ। ସେ ରିଲାଏନ୍ସ ଫାଉଣ୍ଡେସନ, ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଏବଂ ପ୍ରତିଷ୍ଠାତା ଅଟନ୍ତି। କିନ୍ତୁ ଅମ୍ବାନୀ ପରିବାର ସହ ଜଡ଼ିତ ନୀତା ଅମ୍ବାନୀଙ୍କ ଭଉଣୀଙ୍କ ବିଷୟରେ ଆପଣ ସମସ୍ତେ ଜାଣନ୍ତି କି ?
ନୀତା ଅମ୍ବାନୀଙ୍କ ସାନ ଭଉଣୀ ମମତା ଦଲାଲଙ୍କୁ ଅନେକ ଲୋକ ଜାଣନ୍ତି ନାହିଁ! ସେମାନେ ଏକ ଧନୀ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ନୀତା ଅମ୍ବାନୀଙ୍କଠାରୁ ମମତା ୪ ବର୍ଷ ସାନ।
ମମତା ପେସାରେରେ ଜଣେ ଶିକ୍ଷୟିତ୍ରୀ। ସେ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ମ୍ୟାନେଜମେଣ୍ଟ ଟିମର ସଦସ୍ୟ ଅଛନ୍ତି। ତାଙ୍କ ଭଉଣୀ ସେହି ବିଦ୍ୟାଳୟର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ଅଟନ୍ତି।
ଖୁସି କପୁର, ଜାହ୍ନବୀ କପୁର, ସାରା ଅଲ୍ଲୀ ଖାନ୍, ଇବ୍ରାହିମ ଅଲ୍ଲୀ ଖାନ୍, ସୁହାନା ଖାନ୍ଙ୍କ ଭଳି ଅନେକ ଷ୍ଟାର କିଡ୍ ଧୀରୁଭାଇ ଅମ୍ବାନୀଙ୍କ ସ୍କୁଲରେ ପାଠ ପଢ଼ିଛନ୍ତି। ଥରେ ଏକ ସାକ୍ଷାତକାରରେ ସେ ସଚିନ ତେନ୍ଦୁଲକର ଓ ଶାହାରୁଖଙ୍କ ପିଲାମାନଙ୍କୁ ପାଠ ପଢ଼ାଇଛନ୍ତି ବୋଲି କହିଥିଲେ। ଏଥିସହ ସେ କେତେ ଥର ଫ୍ୟାସନ୍ ଡିଜାଇନର ମନୀଷ ମାଲହୋତ୍ରାଙ୍କ ପାଇଁ ମଧ୍ୟ ରାମ୍ପ ଓ୍ଵାକ୍ କରିଛନ୍ତି।
ମମତା ପ୍ରାୟତଃ ଚର୍ଚ୍ଚାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି, ସେ ତାଙ୍କ ଭଉଣୀ ନୀତା ଅମ୍ବାନୀଙ୍କ ସହ ଖୁବ୍ କମ ଦେଖାଯାଆନ୍ତି, ଯିଏ କି ବହୁତ ପ୍ରସିଦ୍ଧ। ତାଙ୍କ ଜୀବନଶୈଳୀ ମଧ୍ୟ ବହୁତ ବିଳାସମୟ ନୁହେଁ ବୋଲି ଜଣାପଡ଼ିଛି।