ବିଦ୍ୟାର୍ଥୀମାନେ ଦେଶର ଆଲୋକବର୍ତ୍ତିକା ହୁଅନ୍ତୁ: ଅନୀଲ

ଭୁବନେଶ୍ୱର : ଦେଶର ଦାରିଦ୍ର୍ୟ ଦୂରୀକରଣ ଦାୟିତ୍ୱ ଶିକ୍ଷାର୍ଥୀଙ୍କ ଉପରେ ନ୍ୟସ୍ତ। ଏଥିପାଇଁ ସେମାନେ ଆଧୁନିକ ଭାରତର ଆଲୋକ ବର୍ତ୍ତିକା ସଦୃଶ କାର୍ଯ୍ୟ କରିବା ଆବଶ୍ୟକ। ନୂଆ ଭାରତ ଗଠନରେ ଷ୍ଟାର୍ଟ ଅପ୍ ଏବଂ ଉଦ୍ୟୋଗୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ୍‌(ଆଇଏମ୍‌ଆଇ) ଭୁବନେଶ୍ୱରର ଅଷ୍ଟମ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଏହା କହିଛନ୍ତି ବେଦାନ୍ତ ରିସୋର୍ସେସ୍‌ର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ। ଭର୍ଚୁଆଲ୍ ଭାବେ ଯୋଗଦେଇ ସେ ଛାତ୍ରଛାତ୍ରୀଙ୍କୁ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍ସାହିତ ମନୋଭାବ ପୋଷଣ କରୁଥିବା କମ୍ପାନିରେ ଯୋଗଦେବା ଲାଗି ଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ। ନୂଆ ଭାରତ ଗଠନରେ ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ ଅବଗତ କରାଇଥିଲେ। ଷ୍ଟାର୍ଟ-ଅପ୍‌ଗୁଡ଼ିକ ଶିକ୍ଷାର୍ଥୀମାନଙ୍କ ପାଇଁ ନୂତନ ମନ୍ତ୍ର ଭାବେ କାର୍ଯ୍ୟ କରିବ । ଷ୍ଟାର୍ଟ-ଅପ୍‌ରେ ବିପୁଳ ସୁଯୋଗ ରହିଛି । ଏଭଳି ସ୍ଥିତି ସେ ଜୀବନକାଳ ମଧ୍ୟରେ ପୂର୍ବରୁ କେବେ ଦେଖି ନ ଥିବା କହିଥିଲେ। ଏଥିରେ ଘରୋଇ ନିବେଶ, ସରକାରୀ ସହାୟତା ଏବଂ ଅନ୍ୟମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଫଳରେ ଜଣେ ଚାକିରି ନ ଖୋଜି ଷ୍ଟାର୍ଟ-ଅପ୍ ଦ୍ୱାରା ଅନ୍ୟମାନଙ୍କୁ ନିଯୁକ୍ତି ଯୋଗାଇ ଦେଇପାରିବ । ଏଥିସହିତ ଆଇଏମ୍‌ଆଇ ଭୁବନେଶ୍ୱରକୁ ବହୁବିଧ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର