ଭାରତରେ ଲେକ୍ସସ୍ର ଏକ ବର୍ଷ ପୂର୍ତ୍ତି , ନୂଆ ଇଏସ ସାଲୁନର ଟିଜର୍ ଉନ୍ମୋଚିତ
ମୁମ୍ବାଇ : ଟୟୋଟାର ଲକଜୁରୀ କାର ବ୍ରାଣ୍ଡ ଲେକ୍ସସ ଇଣ୍ଡିଆ ଭାରତରେ ପ୍ରଥମ ବର୍ଷ ପୂରଣ କରିଛି । ଏହି ବର୍ଷ କମ୍ପାନି ଭାରତୀୟମାନଙ୍କୁ ହାଇବ୍ରିଡ ଇଲେକଟ୍ରିକ ଏସୟୁଭି ଏବଂ ଏନଏକ୍ସ ୩୦୦ ଏଚ ପରି କାର ପ୍ରଦାନ କରିଛି । ଗତ ବର୍ଷ ମାର୍ଚ୍ଚ ରେ ଭାରତୀୟ ବଜାରକୁ ଆସିଥିବା ଏହି ବ୍ରାଣ୍ଡ୍ ଇତିମଧ୍ୟରେ ନିଜର ଉପସ୍ଥିତିକୁ ସୁଦୃଢ କରିପାରିଛି । ଅନ୍ୟପକ୍ଷରେ ନିକଟରେ କମ୍ପାନି ନିଜର ଆଗାମୀ ଇଏସ୍ ମଡେଲର ଟିଜର ଉନ୍ମୋଚନ କରିଛି । ଏହି ମଡେଲଟି ହେଉଛି ଇଏସ ସାଲୁନ । ଏହାକୁ ଆଗାମୀ ବେଜିଂ ଅଟୋ ଶୋରେ ଲଞ୍ଚ୍ କରାଯିବ । ଏହି ଲଞ୍ଚ ପରେ ବର୍ଷର ଦ୍ୱିତୀୟ ଭାଗରେ ଏହାକୁ ଭାରତରେ ଲଞ୍ଚ୍ କରାଯିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସଂପର୍କରେ ଏନ୍ ରାଜା, ଚେୟାରମାନ୍, ଲେକ୍ସସ୍ ଇଣ୍ଡିଆ କହିଛନ୍ତି ଯେ, ଲେକ୍ସସ ଆଗାମୀ ବର୍ଷ ଭାରତରେ ବ୍ରାଣ୍ଡ ପ୍ରତି ସଚେତନତା ସୃଷ୍ଟି କରିବା ଓ ହାଇବ୍ରିଡ୍ ଇଲେକ୍ଟ୍ରିକ ଗାଡ଼ି ଉପରେ ପ୍ରାଧାନ୍ୟ ଦେବ। ଭବିଷ୍ୟତକୁ ଦୃଷ୍ଟିରେରଖି ଆମ୍ଭେମାନେ ତିନୋଟି ମୂଖ୍ୟ ମାର୍ଗରେ ଉପସ୍ଥିତ ରହିବାକୁ ଲକ୍ଷ୍ୟ ରଖିଛୁ, ଯଥା- ସଚେତନତା ବୃଦ୍ଧି, ଅଧିକ ଦକ୍ଷ ଉତ୍ପାଦ ଏବଂ ଲେକ୍ସସ ଡିଜାଇନିଂ ଆୱାର୍ଡ ଇଣ୍ଡିଆ ଭଳି ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀକୁ ଆହୁରି ଗଭୀର ପ୍ରତିଶୃତି ପ୍ରଦାନ ପ୍ରଭୁତି ପ୍ରମୁଖ ।