ଲେକ୍ସସ୍‌ ଆଣିଲା ବିଳାସପୂର୍ଣ୍ଣ କାର୍‌

ଭୁବନେଶ୍ୱର: ଲେକ୍ସସ୍‌ ପକ୍ଷରୁ ଭାରତୀୟ ବଜାରରେ ଏହାର ବିଳାସପୂର୍ଣ୍ଣ କାର୍‌ ଇଏସ୍‌ ୩୦୦ ଏଚ୍‌କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୫୯ ଲକ୍ଷ ୧୩ ହଜାର ଟଙ୍କା ରହିଛି। ଏଥିରେ ଚାରି ସିଲିଣ୍ଡର ବିଶିଷ୍ଟ ପେଟ୍ରୋଲ୍‌ ଇଞ୍ଜିନ ବ୍ୟବହାର କରାଯାଇଛି ଯାହାର ମାଇଲେଜ୍‌ ହେଉଛି ଲିଟର ପିଛା ୨୨.୩୭ କିଲୋମିଟର। ଯାତ୍ରୀଙ୍କ ନିରାପତ୍ତା ପାଇଁ ଏଥିରେ ୧୦ଟି ଏୟାରବ୍ୟାଗ୍‌, ହିଲ୍‌ ଷ୍ଟାର୍ଟ ଆସିଷ୍ଟ୍‍ ଓ ଆଣ୍ଟି ଥେଫ୍‌ଟ ସିଷ୍ଟମ୍‌ ରହିଛି। ଏହି କାର୍‌ର ବୁକିଙ୍ଗ ଜାରି ରହିଛି। ଏଥିରେ ସାତ ଇଞ୍ଜ୍‌ର ଏଲ୍‌ସିଡି ସହିତ ଆନାଲଗ୍‌ ଟଚୋମିଟର୍‌, ଡିଜିଟାଲ୍‌ ସ୍ପିଡୋମିଟର୍‌ ଓ ବିବିଧ ତଥ୍ୟ ପ୍ରଦାନ କାରୀ ଡିସ୍‌ପ୍ଲେ ରହିଛି।

ସମ୍ବନ୍ଧିତ ଖବର