ଏଲ୍‌ଜିର ୫୯ଟି ନୂଆ ଏସି

ନୂଆଦିଲ୍ଲୀ: ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ପକ୍ଷରୁ ୫୯ଟି ନୂଆ ମଡେଲ୍‌ର ଏସିକୁ ଉନ୍ମୋଚନ କରାଯାଇଛି। ସବୁ ଏସି ହେଉଛି ଇନଭର୍ଟର ସ୍ପ୍ଲିଟ୍‌ ଏସି। ଡିଜାଇନ୍‌ ଏବଂ ବୈଶିଷ୍ଟ୍ୟ ଦୃଷ୍ଟିରୁ ସବୁ ମଡେଲ୍‌ ସ୍ୱତନ୍ତ୍ର ବୋଲି କଂପାନି କହିଛି। ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆର ପରିଚାଳନା ନିର୍ଦେଶକ କିମ୍‌ କି ଓ୍ଵାନ୍‌ କହିଛନ୍ତି ଯେ ଆମେ ଡୁଆଲ୍‌ ଇନଭର୍ଟର ଏସି ମଧ୍ୟ ଉନ୍ମୋଚନ କରିଛୁ। ଆମ ଏସିଗୁଡ଼ିକରେ ୧୦୦% କପର ସହିତ ଓସନ୍‌ ବ୍ଲାକ୍‌ ପ୍ରୋଟେକ୍ସନ୍‌ ଭଳି ବୈଶିଷ୍ଟ୍ୟ ରହିଛି। ଏହି ଅବସରରେ କଂପାନିର ବ୍ୟବସାୟ ମୁଖ୍ୟ-ଆର୍‌ଏସି ବିଜୟ ବାବୁ କହିଛନ୍ତି ଯେ, ଇନଭର୍ଟର ଏସି କ୍ଷେତ୍ରରେ ଆମର ୫୩% ବଜାର ଅଂଶ ରହିଛି। କଂପାନି ଯେଉଁ ନୂଆ ରେଞ୍ଜର ଏସି ଉନ୍ମୋଚନ କରିଛି ସେଥିରେ ଗୋଲ୍‌ଡ ଫିନ୍‌ କଣ୍ଡେନ୍‌ସର ରହିଛି ଯାହା ଏସିର ଜୀବନ ଏବଂ ସ୍ଥାୟିତ୍ୱ ବଢ଼ାଇବ। ଏଥିରେ ଆର୍‌-୪୧୦ ଗ୍ରିନ୍‌ ରେଫ୍ରିଜରାଣ୍ଟ୍‌ ବ୍ୟବହାର କରାଯାଇଛି ଯାହା ପରିବେଶ ମିତବ୍ୟୟୀ। ଏହି ଏସିର କମ୍ପ୍ରେସର ଉପରେ ୧୦ ବର୍ଷର ଓ୍ଵାରେଣ୍ଟି ପ୍ରଦାନ କରାଯାଉଛି। ଏଲ୍‌ଜିର ସ୍ପ୍ଲିଟ୍‌ ଏସି ମୂଲ୍ୟ ୪୦,୯୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଓ୍ଵିଣ୍ଡୋ ଏସି ମୂଲ୍ୟ ୨୭,୯୯୦ ଟଙ୍କାରୁ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର