ଏଲ୍‌ଜି ଆଣିବ ନୂଆ ୫ଜି ଫୋନ୍, ସହିଦନଗରରେ ଖୋଲିଲା ଏଲ୍‌ଜି ବେଷ୍ଟ୍‌ ସପ୍

ଭୁବନେଶ୍ବର : ଏଲ୍‌ ଇଲେକ୍ଟ୍ରୋନିକ୍ସ ଫୋନ୍ ବଜାର ପ୍ରତି ପୁଣି ଥରେ ଧ୍ୟାନ ଦେବା ଆରମ୍ଭ କରିଛି। ଖୁବ୍‌ଶୀଘ୍ର କଂପାନି ଏକ ୫ଜି ସ୍ମାର୍ଟଫୋନ୍‌ ଆଣିବାକୁ ଯାଉଛି। ଆଜି ସହିଦ ନଗର ଠାରେ ପାତ୍ର ଇଲେକ୍ଟ୍ରୋନିକ୍ସରେ ଏଲ୍‌ଜି ବେଷ୍ଟ୍‌ ସପ୍‌କୁ ଉଦ୍‌ଘାଟନ କରିବା ଅବସରରେ କଂପାନିର ଏମ୍‌ଡି କି ୱାନ୍ କିମ୍ ଏହି ସୂଚନା ଦେଇଛନ୍ତି। ସେ କହିଲେ, ଆମେ ଆମର ଗ୍ରାହକଙ୍କ ସବୁ ବେଳେ ଭିନ୍ନ ପ୍ରକାର ଉତ୍ପାଦ ଦେବାକୁ ଚାହୁଛୁ। ‌ସେଥିପାଇଁ ଉତ୍ପାଦଗୁଡ଼ିକୁ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରୁଛୁ ଯାହା ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ କରିବ। ସେହି ରଣନୀତିର ଅଂଶ ସ୍ବରୂପ ଆମେ ନୂଆ ଫୋନ୍, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍‌ (ଆଇଓଟି) ଉତ୍ପାଦ ଉପରେ ଅଧିକ ଧ୍ୟାନ ଦେଉଛୁ। ନୂଆ ଷ୍ଟୋର୍‌ ସମ୍ପର୍କରେ ସେ କହିଛନ୍ତି ଯେ, କିଣାକିଣି ବେଳେ ଗ୍ରାହକଙ୍କୁ ସ୍ବତନ୍ତ୍ର ଅନୂଭତି ପ୍ରଦାନ କରିବା ଲାଗି ଏଲ୍‌ଜି ବେଷ୍ଟ୍‌ ସପ୍‌କୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। ଏହି ଷ୍ଟୋର୍‌ ଜରିଆରେ କଂପାନି ଗ୍ରାହକଙ୍କ ଅଧିକ ନିକଟତର ହେବାକୁ ଚାହୁଥିବା ବେଳେ ଏଲ୍‌ଜି ଉତ୍ପାଦରେ ସେମାନେ ଆଉ ଅଧିକ କ’ଣ ଚାହୁଛନ୍ତି ତାହା ଜାଣିବାକୁ ମଧ୍ୟ କଂପାନି ପ୍ରୟାସ କରିବ।

ଏଲ୍‌ଜି ପାଇଁ ଭାରତ ଏକ ବହୁତ ଭଲ ବଜାର। ଆମେ ଏଠାରେ ଭାରତୀୟଙ୍କୁ ସୁହାଇବା ଭଳି ଉତ୍ପାଦ ଭାରତରେ ନିର୍ମାଣ କରୁଛୁ। ବିଦେଶରୁ ଆମଦାନି କରି କୌଣସି ଉତ୍ପାଦକୁ ଏଠାରେ ଆସେମ୍ବଲ କରୁନାହୁଁ ବୋଲି ଶ୍ରୀ କିମ୍ କହିଛନ୍ତି। ଓଡ଼ିଶା ମଧ୍ୟ କଂପାନି ପାଇଁ ଏକ ମହତ୍ବପୂର୍ଣ୍ଣ ବଜାର ବୋଲି ସେ କହିଛନ୍ତି। ଏହି ଅବସରରେ କଂପାନିର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ ପ୍ରବଳ ସକ୍‌ସେନା, ଶାଖା ମାର୍କେଟିଂ ପ୍ରବନ୍ଧକ ବିଭୁ ମହାପାତ୍ର, ଆଞ୍ଚଳିକ ମାର୍କେଟିଂ ପ୍ରବନ୍ଧକ ଦେବାଶିଷ ମିଶ୍ର, ପାତ୍ର ଇଲେକ୍ଟ୍ରୋନିକ୍ସର କୈଳାଷ ପାତ୍ର ଓ ମନିଷ ସିଂଘଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର