ଭାରତରେ ଏଲ୍‌ଜିର ୨୧ତମ ବାର୍ଷିକୀ ପାଳନ

ଭୁବନେଶ୍ୱର: ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଭାରତରେ ୨୧ତମ ବାର୍ଷିକୀ ପାଳନ କରୁଛି। ଏହି ଅବସରରେ କଂପାନି ପକ୍ଷରୁ ଏକ ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯାଇଛି। ଭାରତୀୟ ଗ୍ରାହକଙ୍କ ସ୍ୱତନ୍ତ୍ର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଅଭିନବ ଉତ୍ପାଦ ଓ ସମାଧାନ କରିବାର ପ୍ରତିଶ୍ରୁତିବଦ୍ଧତାକୁ ଏହି ଭିିଡିଓ ଜରିଆରେ କଂପାନି ଦୋହରାଉଛି। ଭିିଡିଓରେ ବାପା ଝିଅଙ୍କ ଆବେଗପୂର୍ଣ୍ଣ କାହାଣୀକୁ ପ୍ରଦର୍ଶନ କରାଯାଇଛି। ସ୍ୱପ୍ନକୁ କିଭଳି ପୂରଣ କରାଯାଇପାରିବ ତାହାକୁ ଏହି ଭିଡିଓରେ ପ୍ରଦର୍ଶିତ କରାଯାଇଛି। ଏହି ଅଭିଯାନ ବିଷୟରେ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆର କର୍ପୋରେଟ୍‌ ମାର୍କେଟିଂ ମୁଖ୍ୟ ଅମିତ ଗୁଜରାଲ୍‌ କହିଛନ୍ତି ଯେ, ଏହି ଭିଡିଓ ହେଉଛି ଏଲ୍‌ଜି ବ୍ରାଣ୍ଡ୍‌ର ଦର୍ଶନ ଯାହା ଗ୍ରାହକଙ୍କ ସ୍ୱପ୍ନକୁ ପୂରଣ କରୁଛି। ଏଥିରେ ଏହା ଜଣାଇବାକୁ ପ୍ରୟାସ କରାଯାଇଛି ଯେ ପ୍ରତି ଭାରତୀୟଙ୍କ ସ୍ୱପ୍ନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଏଲ୍‌ଜି।

ସମ୍ବନ୍ଧିତ ଖବର