ଏଲ୍‌ଜି ଗ୍ରାହକ ଜିତିଲେ ପୁରସ୍କାର

ଭୁବନେଶ୍ବର: ରାଜ ଇଲେକ୍ଟ୍ରୋନିକ୍ସର କଟକ ଷ୍ଟୋର୍‌ରୁ ଏଲ୍‌ଜିର ଏକ ୩୨ ଇଞ୍ଚ ଏଲ୍‌ଇଡି ଟିଭି କିଣିଥିବା ଦୈତାରୀ ବିଶ୍ବାଳ ପୁରସ୍କାର ଆକାରରେ ୪୯୯୦ ଟଙ୍କାର ଏକ ଏଲ୍‌ଜି ଏକ୍ସ ବୁମ୍-ଏଲ୍‌କେ ୭୨ ବି ସାଉଣ୍ଡ୍‌ ସିଷ୍ଟମ୍ ଜିତିଛନ୍ତି। ଏଲ୍‌ଇଡି କିଣିବା ପରେ ସେ ଘଣ୍ଟିକିଆ ଲକି ଡ୍ର’ରେ ଭାଗ ନେବାର ସୁଯୋଗ ପାଇଥିଲେ। ଏଲ୍‌ଜି ପକ୍ଷରୁ ଘୋଷଣା କରାଯାଇଥିବା ‘ବିଶ୍ବକପ୍ ଅଫର’ରେ ପ୍ରତି ଘଣ୍ଟାରେ ଗ୍ରାହକଙ୍କ ପାଇଁ କିଛି ନା କିଛି ପୁରସ୍କାର ଜିତିବାର ସୁଯୋଗ ରହିଛି। ଘଣ୍ଟିକିଆ ବ୍ୟତୀତ ସାପ୍ତାହିକ ଲକି ଡ୍ର’ ମଧ୍ୟ ଆୟୋଜନ କରାଯାଉଛି।

ସମ୍ବନ୍ଧିତ ଖବର