କରୋନା ମୁକାବିଲା ପାଇଁ ଏଲ୍‌ଜିର ସହାୟତା

ନୂଆଦିଲ୍ଲୀ‌: କୋଭିଡ୍‌-୧୯କୁ ନେଇ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ପାଇଁ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଇଛି। ଲକ୍ ଡାଉନ୍ ଘୋଷଣା କରାଯାଇଥିବାରୁ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ସଂଘର୍ଷ କରୁଥିବା ବେଳେ ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ସାରା ଦେଶରେ ସେମାନଙ୍କୁ ଭୋଜନ ଯୋଗାଇବା ଲାଗି ଅକ୍ଷୟ ପାତ୍ର ଫାଉଣ୍ଡେସନ ସହ ହାତ ମିଳାଇଛି। ଏଲ୍‌ଜି ପକ୍ଷରୁ ୧ ନିୟୁତରୁ ଅଧିକ ଭୋଜନ ପ୍ରଦାନ କରାଯିବ। ଏହା ବ୍ୟତୀତ କଂପାନି ପକ୍ଷରୁ ଡାକ୍ତରମାନଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରାଯାଉଥିବା ବେଳେ କ୍ବାରାଣ୍ଟିନ୍‌ ଓ ଆଇସୋଲେସନ୍ ୱାର୍ଡ ପାଇଁ ବିଭିନ୍ନ ଉତ୍ପାଦ ଦାନ କରାଯାଇଛି। କଂପାନି ପକ୍ଷରୁ ରାଜ୍ୟ ଓ ଜିଲ୍ଲା ହସ୍ପିଟାଲ୍‌ଗୁଡ଼ିକରୁ ୱାଟର ପ୍ୟୁରିଫାୟର, ଏସି, ଫ୍ରିଜ୍ ଏବଂ ଟିଭି ଆଦି ପ୍ରଦାନ କରାଯାଇଛି। ଏ ସମ୍ପର୍କରେ କଂପାନିର ଏମ୍‌ଡି ୟଙ୍ଗ୍‌ ଲାକ୍ କିମ୍ କହିଛନ୍ତି ଯେ, ଏହି ଅନିଶ୍ଚିତ ସ୍ଥିତିରେ ଏଲ୍‌ଜି ଅର୍ଥପୂର୍ଣ୍ଣ ଉପାୟରେ ଭାରତ ସରକାର ଏବଂ ନାଗରିକମାନଙ୍କୁ ସହାୟତା ପ୍ରଦାନ କରିବାକୁ ଚାହୁଛି। ଲକ୍‌ଡାଉନ୍ ଯୋଗୁଁ ପ୍ରଭାବିତ ହୋଇଥିବା ଲୋକମାନଙ୍କ ପାଇଁ ଏକ ନିୟୁତରୁ ଅଧିକ ଭୋଜନ ଦାନ କରିଛୁ। କରୋନା ମୁକାବିଲା ଲାଗି ସହଯୋଗରେ ହାତ ବଢ଼ାଇ ଥିବାରୁ ଅକ୍ଷୟ ପାତ୍ର ଫାଉଣ୍ଡେସନର ମୁଖ୍ୟ ବିତରଣ ଅଧିକାରୀ ସନ୍ଦୀପ ତଲୱାର ଏଲ୍‌ଜିକୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର