ନୂଆଦିଲ୍ଲୀ: ଆସନ୍ତାବର୍ଷ ଜାନୁଆରି ୫ରୁ ୮ ତାରିଖ ପର୍ଯ୍ୟନ୍ତ ଲାସ ଭେଗାସଠାରେ ହେବାକୁ ଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ପ୍ରଦର୍ଶନୀ (ସିଇଏସ୍‌)-୨୦୨୩ରେ ଏଲ୍‌ଜିର ଇନଷ୍ଟାଭିୟୁ ଫ୍ରେଞ୍ଚ୍‌-ଡୋର୍‌ ରେଫ୍ରିଜରେଟର ପ୍ରଦର୍ଶିତ ହେବ। ଉକ୍ତ ଫ୍ରିଜରେ ୪ ପ୍ରକାରର ଆଇସ୍‌ ବ୍ୟବସ୍ଥା ରହିଛି ଯାହା ଖାଦ୍ୟକୁ ଅଧିକ ସମୟ ସତେଜ ରଖିବ। ସାମଗ୍ରୀ ରଖିବା ପାଇଁ ଏଥିରେ ଅଧିକ ସ୍ଥାନ ରହିଛି। ଫ୍ରିଜ୍‌ରେ ଥିବା ସ୍ବତନ୍ତ୍ର ମିରର-ଇନଷ୍ଟାଭିୟୁ ପ୍ୟାନେଲ ଓ ଫ୍ଲାଟ୍‌ ଡୋର୍‌ ଡିଜାଇନ୍‌ ରୋଷେଇ ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ସ୍ଥାନ ମଧ୍ୟ ବଞ୍ଚାଇବ। ଫ୍ରିଜ ପ୍ୟାନେଲକୁ ଦୁଇଥର ହାଲ୍‌କା ଭାବେ ବାଡ଼େଇବା ଦ୍ବାରା ଭିତରେ ଥିବା ସାମଗ୍ରୀକୁ ଦେଖିହେବ। ଏଥିପାଇଁ ଡୋର୍‌ ଖୋଲିବାକୁ ପଡ଼ିବ ନାହିଁ। ଫଳରେ ଶକ୍ତି ଏବଂ ସମୟ ସଞ୍ଚୟ ହେବ। ଲାସ ଭେଗାସ କନଭେନସନ ସେଣ୍ଟରର ବୁଥ ନମ୍ବର ୧୫୫୦୧ରେ ଏହା ପ୍ରଦର୍ଶିତ ହେବ।