ଭୁବନେଶ୍ୱରରେ ଏଲ୍‌ଜି ଇଣ୍ଡିଆ ଏମ୍‌ଡି 

ଭୁବନେଶ୍ୱର: ଏଲ୍‌ଜି ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ସଭାପତି ତଥା ଏମ୍‌ଡି କି ଓ୍ଵାନ୍‌ କିମ୍‌ ଭୁବନେଶ୍ୱର ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଏଲ୍‌ଜିର ସମସ୍ତ ବାଣିଜ୍ୟ ସହଯୋଗୀମାନଙ୍କୁ ଭେଟିଛନ୍ତି। ବ୍ୟବସାୟରେ କିଭଳି ଉନ୍ନତି ଆଣିବେ ଶ୍ରୀ କିମ୍‌ ଏହି ଅବସରରେ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସୋରୁମ୍‌ ଗୁଡ଼ିକରେ ଡିଲରମାନେ ଶ୍ରୀ କିମ୍‌ଙ୍କୁ କେକ୍‌ କାଟି ସ୍ୱାଗତ ଜଣାଇଥିଲେ। ଭୁବନେଶ୍ୱରକୁ ଶ୍ରୀ କିମ୍‌ଙ୍କର ଏହା ଥିଲା ଦ୍ୱିତୀୟ ଗସ୍ତ। ତାଙ୍କ ସହିତ କମ୍ପାନିର ଆଞ୍ଚଳିକ ପ୍ରବନ୍ଧକ (ବିହାର ଓ ଓଡ଼ିଶା) ପ୍ରବାଳ ସାକ୍‌ସେନା ଓ ଶାଖା ପ୍ରବନ୍ଧକ(ଭୁବନେଶ୍ୱର) ମନିଷ୍‌ ସିଂହଲ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର