ନୂଆଦିଲ୍ଲୀ: ଏଲ୍ଜି ଇଲେକ୍ଟ୍ରୋନିକ୍ସ ତରଫରୁ ହ୍ବାଟସ୍ଆପ୍ ଜରିଆରେ ଗ୍ରାହକଙ୍କୁ ବିକ୍ରି ପରବର୍ତି ସେବା ପ୍ରଦାନ କରାଯାଉଛି। ଗ୍ରାହକମାନେ ହ୍ବାଟସ୍ଆପ୍ରେ ଏଲ୍ଜିର କଷ୍ଟମର କେୟାର ସହ ଯୋଗାଯୋଗ ସ୍ଥାପନ କରିପାରିବେ। ଜୁନ୍ ପହିଲାରୁ ଏହି ସେବା ଆରମ୍ଭ ହୋଇଛି। ଇନ୍ଫୋବିପ୍ ସହଯୋଗରେ ଏଥିପାଇଁ ଏଲ୍ଜି ପକ୍ଷରୁ ହ୍ବାଟସ୍ଆପ୍ ବିଜନେସ୍ ସଲ୍ୟୁସନ ସେବାକୁ ବ୍ୟବହାର କରାଯାଉଛି। ଗ୍ରାହକମାନେ ହ୍ବାଟସ୍ଆପ୍ରେ ଉତ୍ପାଦର ଛବି, ଲିଙ୍କ୍ ଓ କାଗଜପତ୍ର ଦାଖଲ କରିପାରିବେ। ଗ୍ରାହକଙ୍କ ବଦଳୁଥିବା ପସନ୍ଦକୁ ଦୃଷ୍ଟିରେ ରଖି ଆମେ ଆମର ବିକ୍ରି ପରବର୍ତି ସେବାକୁ ହ୍ବାଟସ୍ଆପ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ ବୋଲି କଂପାନିର ଏମ୍ଡି କି ୱାନ୍ କିମ୍ କହିଛନ୍ତି। ଆମେ ଗ୍ରାହକଙ୍କ ନିକଟତର ହେବା ଏବଂ ସେମାନଙ୍କୁ ଶୀଘ୍ର ସେବା ପ୍ରଦାନ କରିବା ପାଇଁ ଏହି ସୁବିଧା ଆରମ୍ଭ କରିଛୁ ବୋଲି କଂପାନିର ଗ୍ରାହକ ସେବା ମୁଖ୍ୟ ୟୁଜେନ୍ ପାର୍କ କହିଛନ୍ତି। ଏଲ୍ଜି ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଇନ୍ଫୋବିକ୍ର ସିଇଓ ସିଲ୍ଭିଓ କୁଟିକ୍ ଖୁସି ବ୍ୟକ୍ତ କରିଛନ୍ତି।
ହ୍ବାଟସ୍ଆପ୍ରେ ଏଲ୍ଜିର ଗ୍ରାହକ ସେବା
/sambad/media/post_attachments/wp-content/uploads/2019/06/whatsapp_660_082018015154.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)