ସାମସଙ୍ଗ ପରେ ଏଲଜି ବି ଲଞ୍ଚ୍‌ କରିବ ଫୋଲଡେଡ୍‌ ସ୍ମାର୍ଟଫୋନ

ଭୁବନେଶ୍ୱର : ବିଶ୍ୱର ପ୍ରମୁଖ ସ୍ମାର୍ଟଫୋନ କମ୍ପାନିମାନଙ୍କ ମଧ୍ୟରେ ଫୋଲଡେଡ୍‌ ସ୍ମାର୍ଟଫୋନ ନିର୍ମାଣ ପାଇଁ ପ୍ରତିଯୋଗିତା ଆରମ୍ଭ ହେଇଛି । ପୂର୍ବରୁ ସାମସଙ୍ଗ ନିଜର ଫୋଲଡେ ସ୍ମାର୍ଟଫୋନ ବିଷୟରେ ଘୋଷଣା କରିସାରିଛି । ଏବେ ଏଲଜି ମଧ୍ୟ ନିଜର ଫୋଲଡେଡ ସ୍ମାର୍ଟଫୋନ ଲଞ୍ଚ କରିବା ବିଷୟ ଘୋଷଣା କରିଛି । ଏଥିପାଇଁ କମ୍ପାନି ୩ ଟି ନାଁ ବାଛିଛି । ସେଗୁଡିକ ହେଉଛି ଫୋଲଡି, ଫ୍ଲେକ୍ସ ଓ ଡ୍ୟୁପ୍ଲେକ୍ସ । ଏହି ନାଁ ଗୁଡିକର ପଂଜୀକରଣ ପାଇଁ କମ୍ପାନି ୟୁରୋପୀଆନ ୟୁନିୟନ ଇଣ୍ଟେଲକଚୁଆଲ ପ୍ରପର୍ଟି ଅଫିସରେ ଆବେଦନ କରିଛି । ଚାଇନିଜ କମ୍ପାନି ହୁଆଇ ମଧ୍ୟ ନିଜର ଏକ ଫୋଲଡେଡ ସ୍ମାର୍ଟଫୋନ ବିଷୟରେ ଘୋଷଣା କରିଛି ।

ସାମସଙ୍ଗ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ନିଜର ଫୋଲଡେଡ ସ୍ମାର୍ଟଫୋନ ବଜାରକୁ ଛାଡିବ । ଏହି ଫୋନ୍ର ନାମ ‘ଉଇନର୍’ ରଖାଯାଇଛି । କମ୍ପାନି ଏହି ଫୋନ ୭.୩ ଇଞ୍ଚ୍ର ଓଏଲଇଡି ଡିସ୍ପ୍ଲେ ଦେଇଛି। ଏଥିସହିତ ଏହା ବୁଲିବା ପରେ ସ୍କ୍ରିନ୍ ୪.୩ଇଞ୍ଚ ହୋଇଯିବ। ଏଥିରେ ବେଜଲ ଲେସ ଡିସ୍ପ୍ଲେ ରହିଛି ଓ ଏହାକୁ ରେଗୁଲାର୍ କମ୍ପ୍ୟାକ୍ଟ ସ୍ମାର୍ଟଫୋନ୍ ଭଳି ଫୋଲଡ କରାଯାଇ ପାରିବ। ଏହି ଫୋନ୍ର ମୂଲ୍ୟ ୧୫୦୦ ଡଲାର ଅର୍ଥାତ୍ ୧,୦୩,୦୦୦ ଟଙ୍କା ପାଖାପାଖି ରହିଛି।

ସମ୍ବନ୍ଧିତ ଖବର