ଏଲ୍‌ଜିର ନୂଆ ଟେକ୍‌ନୋଲୋଜି; ଟାଣିକି ବଢ଼ାଇ ହେବ ଫୋନ୍‌ର ସ୍କ୍ରିନ୍‌

ମୁମ୍ବାଇ: ଏବେ ଚାଲିଛି ଟେକ୍‌ନୋଲୋଜିର ଯୁଗ। ଦିନକୁ ଦିନ ନୂଆ ନୂଆ ଟେକ୍‌ନୋଲୋଜି ସବୁ ଦେଖିବାକୁ ମିଳୁଛି। ତେବେ ଆପଣ ଭାବୁଥିବେ ଭବିଷ୍ୟତରେ ସ୍ମାର୍ଟଫୋନ୍‌ କିପରି ହେବ? ଆଜିର ଟେକ୍‌ନୋଲୋଜିକୁ ଦେଖି ଆପଣ ଅନୁମାନ କରିପାରୁଥିବେ ଯେ ଭବିଷ୍ୟତରେ ଟେକ୍‌ନୋଲୋଜିର ଆହୁରି କେବେ ବିକାଶ ଘଟିବ। ଆପଣ ଦେଖୁଥିବେ ଯେ ଗତ କିଛି ବର୍ଷ ମଧ୍ୟରେ ‌ରୋଲେବଲ୍‌ ଓ ଫୋଲ୍‌ଡେବଲ୍‌ ଡିଭାଇସ୍‌ର ଚାହିଦା ବଢ଼ିଛି। ଏହାର ପ୍ରଭାବ ଭବିଷ୍ୟତର ସ୍ମାର୍ଟଫୋନ୍‌ ଉପରେ ବି ଦେଖିବାକୁ ମିଳିବ।

ଟେକ୍‌ନୋଲୋଜି କମ୍ପାନି ଏଲ୍‌ଜି ଲଗାତର ଫୋଲ୍‌ଡେବଲ୍‌ ଏବଂ‌ ରୋଲେବଲ୍‌ ଡିଭାଇସ୍‌ ଉପରେ କାମ କରିସାରିଛି। ଅନ୍ୟ ବ୍ରାଣ୍ଡ୍‌ ବି ଏପରି ଡିଭାଇସ୍‌ ଲଞ୍ଚ କରିଛନ୍ତି। ମାତ୍ର ନିକଟରେ ଏଲ୍‌ଜି ଏପରି ଏକ ଡିଭାଇସ୍‌ ଲଞ୍ଚ୍‌ କରିଛି ଯାହା ପୂର୍ବରୁ କେହି ବି କରିନଥିଲେ। କମ୍ପାନି ହାଇ ରିଜୋଲ୍ୟୁସନ୍‌ର ଏକ ଷ୍ଟ୍ରେଚେବଲ୍‌ ଡିସ୍‌ପ୍ଲେ ୱାଲା ଫେ‌ାନ୍‌ ବଜାରକୁ ଛାଡୁଛି। ଏହି ଡିଭାଇସ୍‌କୁ ଆପଣ ଟାଣି କରି ଫୋନ୍‌ର ଡିସ୍‌ପ୍ଲେକୁ ବଡ଼ କରିପାରିବେ।

କମ୍ପାନି ପକ୍ଷରୁ ମିଳିଥିବା ସୂଚନା ମୁତାବକ, ୧୨ ଇଞ୍ଚ୍‌ର ସ୍କ୍ରିନ୍‌ ଥିବା ଏହି ଫୋନ୍‌କୁ ଟାଣି କରି ୧୪ ଇଞ୍ଚ୍‌ ପର୍ଯ୍ୟନ୍ତ କରିହେବ। ଏପରି କରିବା ଦ୍ବାରା ଡିସ୍‌ପ୍ଲେ ଖରାପ ହେବନି। ଏହି ଡିସ୍‌ପ୍ଲେକୁ ପ୍ରସ୍ତୁତ କରିବାକୁ ଏଲ୍‌ଜି ରିସାଇଲେ୍‌ଣ୍ଟ୍‌ ଫିଲ୍ମ ଟେକ୍‌‌ନୋଲୋଜି ପ୍ରୟୋଗ କରିଛି। ଯେବେ ଏହି ଟେକ୍‌ନୋଲୋଜି ପୂରାପୂରି ଭାବେ ସଫଳ ହୋଇଯିବ ତ ସ୍ମାର୍ଟଫୋନ୍‌ ଓ ଅନ୍ୟ ଡିସ୍‌ପ୍ଲେ ପ୍ରଡକ୍ଟଗୁଡ଼ିକୁ ଏକ ଅନ୍ୟ ଦିଗ ମିଳିଯିବ।

ସମ୍ବନ୍ଧିତ ଖବର