ଭୁବନେଶ୍ବର: ଏଲ୍ଜି ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ଏହାର ସ୍ବତନ୍ତ୍ର ବ୍ରାଣ୍ଡ୍ ଷ୍ଟୋର୍ ‘ବଷ୍ଟେ୍ ସପ୍’ ସଂଖ୍ୟା ବଢ଼ାଇବାକୁ ଯୋଜନା ରଖିଛି। କଂପାନି କଟକରେ ବକ୍ସି ବଜାରରେ ଏକ ବେଷ୍ଟ୍ ସପ୍ ଖୋଲିଥିବା ବେଳେ ଡିସେମ୍ବର ସୁଦ୍ଧା ଆଉ ୨-୩ଟି ସେଭଳି ଷ୍ଟୋର ଖୋଲିବାର ଯୋଜନା ରହିଛି ବୋଲି କଂପାନିର ଶାଖା ପ୍ରବନ୍ଧକ ଶ୍ରୀମନ୍ତ ଖଣ୍ଡୁଆଳ କହିଛନ୍ତି। କଟକ ଷ୍ଟୋର ଉଦ୍ଘାଟନ ଅବସରରେ କଂପାନିର ଶାଖା ମାର୍କେଟିଂ ପ୍ରବନ୍ଧକ ସିଦ୍ଧାର୍ଥ ଦୀପଙ୍କର, ଏରିଆ ମ୍ୟାନେଜର ଜୟପ୍ରକାଶ ଚୌଧୁରୀ ଓ ବାଲାଜୀ ଡିଷ୍ଟ୍ରିବ୍ୟୁଟର୍ସର ତତ୍ତ୍ବାବଧାୟକ ଗଜାନନ ଅଗ୍ରୱାଲ୍ ଉପସ୍ଥିତ ଥିଲେ।
କଂପାନିର ଆଞ୍ଚଳିକ ପ୍ରବନ୍ଧକ ମନିଷ ସିଂଘଲ ଓ ମହାପ୍ରବନ୍ଧକ-ବ୍ରାଣ୍ଡ୍ ସପ୍ ଦୀପକ ଅଗ୍ରୱାଲ୍ ଭର୍ଚୁଆଲ୍ ମାଧ୍ୟମରେ ଯୋଡ଼ି ହୋଇଥିଲେ। ସାରା ରାଜ୍ୟରେ କଂପାନିର ୧୫ଟି ବେଷ୍ଟ ସପ୍ ଥିବା ବେଳେ କଂପାନିର ଉତ୍ପାଦ ୧୦୦୦ରୁ ଅଧିକ ଆଉଟ୍ଲେଟ୍ରେ ବିକ୍ରି ହେଉଛି। ରାଜ୍ୟରେ ବାର୍ଷିକ ୧୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର କଞ୍ଜ୍ୟୁମର ଡ୍ୟୁରେବଲ୍ ସାମଗ୍ରୀଓ ଆପ୍ଲାଏନ୍ସେସ୍ ବିକ୍ରି ହେଉଛି। ଟିଭି, ଫ୍ରିଜ୍ ଓ ଅନ୍ୟାନ୍ୟ ଆପ୍ଲାଏନ୍ସେସ୍ଗୁଡ଼ିକରେ କଂପାନି ଅଗ୍ରଣୀ ସ୍ଥାନରେ ରହିଛି। ୨୦୨୩ରେ କଂପାନି ରାଜ୍ୟରେ ୪୦୦ କୋଟି ଟଙ୍କାରୁ ଅଧିକ କାରବାର କରିବାକୁ ଲକ୍ଷ୍ୟ ରଖିଛି।