ଭୁବନେଶ୍ବର: ଏଲ୍‌ଜି ଇଲେକଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ‘ମଲ୍ଲିକା-ଇ-କିଚେନ ପ୍ରତିଯୋଗିତା’ର ଅଷ୍ଟମ ସଂସ୍କରଣ ଚଳିତବର୍ଷ ଆରମ୍ଭ ହୋଇଛି। ଚଳିତବର୍ଷ ମେ ୧୦ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ଦେଶରା ୬୫ଟି ସହରରେ ପ୍ରାୟ ୮ ହଜାର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି କମ୍ପାନି ଆଶା ରଖିଛି। ସ୍ବାସ୍ଥ୍ୟକର ଖାଦ୍ୟ ରାନ୍ଧିବା ଏବଂ ମହିଳାମାନଙ୍କୁ ସେମାନଙ୍କ ‌ରାନ୍ଧଣା ପ୍ରତିଭାକୁ ପ୍ରଦର୍ଶନ କରିବା ଲାଗି ଏଥିରେ ‌ସୁଯୋଗ ପ୍ରଦାନ କରାଯାଉଛି। ୩ ମାସ ମଧ୍ୟରେ ୩ଟି ପର୍ଯ୍ୟାୟରେ ଏହି ପ୍ରତିଯୋଗିତା ପ୍ରତିବର୍ଷ ଆୟୋଜନ ହେଉଛି। ଆଞ୍ଚଳିକ ପର୍ଯ୍ୟାୟରେ ଏହି ପ୍ରତିଯେୀଗୀମାନଙ୍କୁ ମାଇକ୍ରୋୱେଭରେ ରନ୍ଧା ଯାଇଥିବା ଖାଦ୍ୟ ପ୍ରତିଯୋଗିତାକୁ ଆଣିବାକୁ ପଡ଼ୁଛି। ପ୍ରତିଯୋଗୀମାନଙ୍କୁ ଏଥିରେ ଗୋଟିଏ ଏଲଜି ସୋଲୋ ମାଇକ୍ରୋୱେଭ ‌ଓଭେନ ଜିତିବା ସୁଯୋଗ ରହିଛି। ଏଥିସହିତ ସଂପୃକ୍ତ ବିଜେତା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେଉଥିବା ଜୋନାଲ ସ୍ତରର ପ୍ରତିଯୋଗୀତାକୁ ଉନ୍ନୀତ ହେବେ। ପ୍ରତି ଜୋନ୍‌ରୁ ୩ ଜଣ ଲେଖାଏଁ ବିଜେତା ଗ୍ରାଣ୍ଡ ଫାଇନାଲରେ ଯୋଗଦେବା ଲାଗି ସୁଯୋଗ ‌ପାଇବେ। ଗ୍ରାଣ୍ଡ ଫାଇନାଲ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ୧୨ ଜଣ ଜୋନାଲ ବିଜେତା ପରସ୍ପର ସହ ପ୍ରତିଯୋଗିତା କରିବାର ସୁଯୋଗ ପାଇବେ। ଖାଦ୍ୟ ଏବଂ ରାନ୍ଧଣା ପ୍ରିୟ ବ୍ୟକ୍ତିମାନଙ୍କୁ ଏହି ପ୍ରତିଯୋଗିତା ବଡ଼ ସୁଯୋଗ ଦେବ ବୋଲି ଏଲଜିର ଉପସଭାପତି (ହୋମ୍ ଆପ୍ଲାଏନସେସ୍ ଆଣ୍ଡ ଏୟାର କଣ୍ଡିସନର) ବିଜୟ ବାବୁ କହିଛନ୍ତି।