ଭୁବନେଶ୍ବର: ଦୀପାବଳିକୁ ଦୃଷ୍ଟିରେ ରଖି ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଣ୍ଡ୍‌ ଅଭିଯାନ ‘ଦିୱାଲି ଫୁଲ୍ ଅଫ୍ ଇନୋଭେସନ, ଲାଇଫ୍‌ସ ଗୁଡ୍‌ ସେଲିବ୍ରେସନ’ ଘୋଷଣା କରାଯାଇଛି। ଉତ୍ସବ ପୂର୍ବରୁ କଂପାନି ନୂଆ ଓଏଲ୍‌ଇଡି ଟିଭିର ବ୍ୟାପକ ବର୍ଗମାଳାକୁ ଉନ୍ମୋଚନ କରିଛି। ହୋମ୍ ଆପ୍ଲାଏନ୍‌ସେସ୍‌ ବର୍ଗରେ କଂପାନି ଆଣିଛି ନୂଆ ରେଫ୍ରିଜରେଟର, ଏଆଇ ପ୍ରଯୁକ୍ତି ଥିବା ୱାସିଂ ମେସିନ୍, ଏୟାର ପ୍ୟୁରିଫାୟର, ଏସି, ୱାଟର ପ୍ୟୁରିଫାୟର ଓ ମାଇକ୍ରୋୱେଭ୍ ଆଦି ଉନ୍ମୋଚନ କରାଯାଇଛି। ଏହି ଅଭିଯାନ ସମ୍ପର୍କରେ କଂପାନିର ଏମ୍‌ଡି ୟଙ୍ଗ୍‌ ଲାକ୍ କିମ୍ କହିଛନ୍ତି ଯେ ଚଳିତ ବର୍ଷ ଆମେ ଓଏଲ୍‌ଇଡି ଟିଭି, ଇନଷ୍ଟାଭିଉ ରେଫ୍ରିଜରେଟର, ଏଆଇ ଡିଡି ୱାସିଂ ମେସିନ୍ ଓ ଚାରକୋଲ୍ ମା‌ଇକ୍ରୋୱେଭ୍ ଭଳି ଉତ୍ପାଦର ବର୍ଗମାଳା ଉନ୍ମୋଚନ କରିଛୁ। ଦୀପାବଳିକୁ ନଜରରେ ରଖି ଆମେ ସ୍ବତନ୍ତ୍ର ଉପଭୋକ୍ତା ଅଫର ‌ଆଣିଛୁ। ଆମେ ଆଶା କରୁଛୁ ଯେ ଏହି ଉତ୍ସବ ଋତୁରେ ଆମେ ଶ୍ରେଷ୍ଠ ପ୍ରଯୁକ୍ତି ଚୟନ କରିବେ। ଗ୍ରାହକମାନେ ଷ୍ଟୋର୍‌ଗୁଡ଼ିକରେ ନୂତନ ରିଟେଲ୍‌ ଅନୁଭୂତି ପାଇବେ ଏବଂ ନିଜ ଘରେ ଉତ୍ପାଦ ଥିବା ଭଳି ଅନୁଭବ ହାସଲ କରିବେ ବୋଲି ସେ କହିଛନ୍ତି। ଗ୍ରାହକମାନେ ଦୀପାବଳି ସେଲ୍ ଅଫରରେ କେ‌ତେକ ନିର୍ଦିଷ୍ଟ ଡେବିଟ୍, କ୍ରେଡିଟ୍ କାର୍ଡରେ ୨୦% ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ପାଇପାରିବେ। ଶୂନ ଡାଉନ୍‌‌ପେମେଣ୍ଟ୍‌ରେ ୧ ଇଏମ୍‌ଆଇ ମାଗଣା ପାଇବେ। ଇଏମ୍‌ଆଇ ୮୮୮ ଟଙ୍କା ଭଳି କମ୍ ଦାମ୍‌ରୁ ଆରମ୍ଭ ହୋଇଛି।