‘ଲିଫୋନ୍‌’ର ୩ ନୂଆ ଫୋନ୍‌

ଭୁବନେଶ୍ୱର: ଚୀନ୍‌ର ମୋବାଇଲ ଫୋନ ନିର୍ମାତା ଲି ଫୋନ୍‌ର ୩ଟି ମୋବାଇଲ ଫୋନ୍‌ ଓଡ଼ିଶା ବଜାରରେ ଉପଲବ୍ଧ କରାଯାଇଛି। ସେଗୁଡ଼ିକ ହେଲା ଡବ୍‌ଲ୍ୟୁ-୧୫, ଡବ୍‌ଲ୍ୟୁ-୨୧ ଏବଂ ଡବ୍‌ଲ୍ୟୁ-୮। ଗତ ଶୁକ୍ରବାର ପୁରୀରେ ଏହି ଅବସରରେ ଏକ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଡବ୍‌ଲ୍ୟୁ-୧୫ର ମୂଲ୍ୟ ୫୪୯୯ ଟଙ୍କା ଥିବାବେଳେ ଅନ୍ୟ ଦୁଇ ମଡେଲର ବଜାର ମୂଲ୍ୟ ଖୁବ୍‌ଶୀଘ୍ର ଘୋଷଣା କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଅବସରରେ ଲି ଫୋନ୍‌ର ବ୍ୟବସାୟ ମୁଖ୍ୟ ବିନୋଦ ପଣ୍ଡିତ କହିଛନ୍ତି, ଏହି ନୂଆ ମଡେଲ ଗୁଡ଼ିକର ବଜାର ପ୍ରବେଶ ଦ୍ୱାରା ଓଡ଼ିଶାରେ କମ୍ପାନି ନିଜର ଗ୍ରାହକ ସଂଖ୍ୟା ବଢ଼ାଇପାରିବ। ସେହିପରି କମ୍ପାନିର ଓଡ଼ିଶା ମୁଖ୍ୟ ବିପିନ ବିଶ୍ୱାଳ କହିଛନ୍ତି, ଓଡ଼ିଶାରେ କମ୍ପାନିର ୨୮ଜଣ ବିତରକ ଓ ୨୮ଟି ସର୍ଭିସ ସେଣ୍ଟର ରହିଛି। ଏହି ଅବସରରେ କମ୍ପାନିର ପରିଚାଳକ (ଝାଡ଼ଖଣ୍ଡ) ଜୟଦୀବ ଶ୍ରୀବାସ୍ତବ ଓ ଓଭରସିଜ୍‌ ମ୍ୟାନେଜର ଥୋମାସ୍‌ ଚାଙ୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର