ଏଲ୍‌ଆଇସିର ସଂଶୋଧିତ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା

ମୁମ୍ବାଇ : ଏଲ୍‌ଆଇସି ପକ୍ଷରୁ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା (ସଂଶୋଧିତ-୨୦୨୦)କୁ ଉନ୍ମୋଚନ କରାଯାଇଛି। ଏଥିରେ ୬୦ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଲୋକମାନଙ୍କ ପାଇଁ ପେନ୍‌ସନ୍ ହାରରେ ପରିବର୍ତନ କରାଯାଇଛି। ଏହି ସ୍କିମ୍‌କୁ ଏଲ୍‌ଆଇସି ହିଁ ଲାଗୁ କରିବ। ଏହା ହେଉଛି ଏକ ନନ୍ ଲିଙ୍କଡ୍‌, ନନ୍-ପାର୍ଟିସିପେଟିଙ୍ଗ୍‌ ପେନ୍‌ସନ୍ ସ୍କିମ୍ ଯାହା ପାଇଁ ଭାରତ ସରକାର ରିହାତି ଦେଉଛନ୍ତି। ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ତିନିଟି ଆର୍ଥିକ ବର୍ଷ ଲାଗି ଏହି ପ୍ଲାନ୍‌ର ବିକ୍ରି ଗତକାଲିଠାରୁ ଆରମ୍ଭ ହୋଇଛି। ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଏହି ସ୍କିମ୍‌କୁ ଗ୍ରାହକମାନେ କିଣିପାରିବେ।

ପ୍ରଥମ ବର୍ଷ ବିକ୍ରି ହୋଇଥିବା ୧୦ ବର୍ଷିଆ ଅବଧିର ପଲିସି‌ରେ ବାର୍ଷିକ ୭.୪୦ ପ୍ରତିଶତର ନିଶ୍ଚିତ ରିଟର୍ଣ୍ଣ ମିଳିବ। ପରର୍ବତୀ ଦୁଇ ବର୍ଷ ଭିତରେ ଯେଉଁ ପଲିସି ବିକ୍ରି ହେବ ତାହା ପାଇଁ ରିଟର୍ଣ୍ଣ ହାରକୁ ସମୀକ୍ଷା କରାଯିବା ପରେ ଲାଗୁ କରାଯିବ। ଏହି ପଲିସିରେ ନିବେଶ ୧୫ ଲକ୍ଷ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ଗ୍ରାହକମାନେ ଚାହିଲେ ମାସିକ, ତ୍ରୟମାସିକ‌, ଅର୍ଧ ବାର୍ଷିକ ଓ ବାର୍ଷିକ ଭିତ୍ତିରେ ପଲିସିର କ୍ରୟ ମୂଲ୍ୟ ଦେଇପାରିବେ। ଏହି ସ୍କିମ୍ ସର୍ବାଧିକ ମାସିକ ପେନ୍‌ସନ୍ ୯୨୫୦ ଟଙ୍କା ରହିବ। ପଲିସିକୁ ତିନି ବର୍ଷ ପୂର୍ଣ୍ଣ ହୋଇଯିବା ପରେ ଗ୍ରାହକ ତାହାର ୭୫% ପର୍ଯ୍ୟନ୍ତ ମୂଲ୍ୟର ଋଣ ନେଇପାରିବେ।

ସମ୍ବନ୍ଧିତ ଖବର