ଲକଡାଉନ ଦୃଷ୍ଟିରୁ ପ୍ରିମିୟମ ପ୍ରଦାନ ପାଇଁ ୧ ମାସିଆ ରିହାତି ସମୟ ଘୋଷଣା କଲା ଏଲଆଇସି

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦୃଷ୍ଟିରୁ ସରକାର ଗତ ମାସ ୨୫ ତାରିଖରୁ ଲକଡାଉନ ଘୋଷଣା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ପକ୍ଷରୁ ନିଜର ପଲିସୀଧାରୀମାନଙ୍କ ପାଇଁ କେତେକ ସୁବିଧା ଘୋଷଣା କରାଯାଇଛି । ଯେଉଁ ପଲିସୀଧାରୀମାନେ ମାର୍ଚ୍ଚ ଓ ଏପ୍ରିଲ ମାସରେ ପ୍ରିମିୟମ ଦେବାର ଥିଲା ସେମାନଙ୍କ ପାଇଁ ଏକ ମାସ ଗ୍ରେସ ପିରିୟଡ ବା ରିହାତି ସମୟ ଦିଆଯାଉଛି ।
ପୂର୍ବରୁ ଫେବ୍ରୁଆରି ମାସ ପାଇଁ ପ୍ରିମିୟମ ପୈଠ ତାରିଖକୁ ମାର୍ଚ୍ଚ ୨୨କୁ ବୃଦ୍ଧି କରାଯାଇଥିଲା । ଏବେ ସେହି ତାରିଖକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
କରୋନା ଭାଇରସ ସଂକ୍ରମଣ ପାଇଁ ଘୋଷିତ ଲକଡାଉନ ଦୃଷ୍ଟିରୁ ଲୋକମାନେ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଏଲଆଇସି ପକ୍ଷରୁ କୁହାଯାଇଛି ।
ପୂର୍ବରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ କିସ୍ତି ପ୍ରଦାନ ପାଇଁ ତିନିମାସିଆ ମୋରାଟୋରିଅମ ବା ରିହାତି ମିଆଦ ଘୋଷଣା କରାଯାଇଥିଲା । ଏହା ସହିତ ସୁଧହାରକୁ ମଧ୍ୟ ହ୍ରାସ କରାଯାଇଥିଲା ।

ସମ୍ବନ୍ଧିତ ଖବର