ମୁମ୍ବାଇ: ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡ ଏହାର ନୂଆ ପିଢ଼ିର ଗୃହଋଣ ଆବେଦନକାରୀଙ୍କ ସୁବିଧା ପାଇଁ ଡିଜିଟାଲ ମୋବାଇଲ ପ୍ଲାଟଫର୍ମକୁ ସୁଦୃଢ଼ କରିଛି। ଏଥିପାଇଁ କମ୍ପାନି ଗୁଗୁଲ୍ କ୍ଲାଉଡ୍‌ର ଉପଯୋଗ କରିଛି। କମ୍ପାନି ପକ୍ଷରୁ ମୋବାଇଲ ଆପ୍ ଏବଂ ମାସ୍କଟ ହୋମୱାଇର ଉନ୍ମୋଚନ କରାଯାଇଛି। ଏଲ୍‌ଆଇସି ହାଉସିଂ ଫାଇନାନ୍ସ ଲିମିଟେଡର ଅଧ୍ୟକ୍ଷ ଏମ. ଆର. କୁମାର ଏସବୁର ଉନ୍ମୋଚନ କରିଛନ୍ତି। ନୂଆ ମୋବାଇଲ ଆପ୍‌କୁ ଏଲଆଇସି ହାଉସିଂ ଫାଇନାନ୍ସର ଏଜେଣ୍ଟେମାନେ ମଧ୍ୟ ବ୍ୟବହାର କରି ଗ୍ରାହକଙ୍କୁ କମ୍ ସମୟ ମଧ୍ୟରେ ଉନ୍ନତମାନର ସେବା ଯୋଗାଇ ପାରିବେ। ଋଣ ପ୍ରଦାନ ପ୍ରକ୍ରିୟାକୁ ଏହି ଆପ୍ ତ୍ବରାନ୍ବିତ କରିବ ବୋଲି କମ୍ପାନିର ଏମ୍‌ଡି ତଥା ସିଇଓ ସିଦ୍ଧାର୍ଥ ମହାନ୍ତି କହିଛନ୍ତି। ଏହି ଅବସରରେ ଗୁଗୁଲ୍ କ୍ଲାଉଡ୍‌ର ବିକ୍ରି ନିର୍ଦ୍ଦେଶକ (ଭାରତ) କାମୋଲିକା ପେରେସ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ।