ଏଲଆଇସି ଆଣିଲା ନୂଆ ପ୍ଲାନ୍‌ ‘ଧନ ସଞ୍ଚୟ’

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ‘ଧନ ସଞ୍ଚୟ’ ନାମରେ ଏକ ନୂଆ ବୀମା ପ୍ଲାନ ଘୋଷଣା କରିଛି। ଏହି ବୀମା ଯୋଜନାରେ ପଲିସିଧାରୀଙ୍କୁ ଉଭୟ ବୀମା ଓ ସଞ୍ଚୟ ସୁବିଧା ମିଳିବ। ଗ୍ୟାରେଣ୍ଟେଡ ଆୟ ସୁବିଧା ପଲିସି କ୍ରୟ ଦିନଠାରୁ ପରିପକ୍ବ ହେବା ପର୍ଯ୍ୟନ୍ତ ମିଳବ। ସେହିଭଳି ଗ୍ୟାରେଣ୍ଟେଡ ଟର୍ମିନାଲ ‌ସୁବିଧା ମଧ୍ୟ ପ୍ରଦାନ କରାଯିବ। ୫ ବର୍ଷରୁ ୧୫ ବର୍ଷ ପର୍ଯ୍ୟନ୍ତ ଏହି ବୀମାର ଅବଧି ରହିଛି। ଉକ୍ତ ଯୋଜନାରେ ସର୍ବନିମ୍ନ ବୀମାକୃତ ରାଶି ଅପସନ ଏ ଏବଂ ବି ପାଇଁ ୩,୩୦,୦୦୦ ଟଙ୍କା ରହିଛି। ଅପସନ ସିରେ ୨,୫୦,୦୦୦ ଟଙ୍କା ଏବଂ ଅପସନ ଡିରେ ୨୨,୦୦,୦୦୦ ଟଙ୍କା ରହିଛି। ସର୍ବାଧିକ ପ୍ରିମିୟମର କୌଣସି ସୀମା ନାହିଁ। ଉକ୍ତ ପଲିସି କ୍ରୟ ପାଇଁ ସର୍ବନିମ୍ନ ବୟସ ୩ ବର୍ଷ ପୂରଣ ହୋଇଥିବା ଆବଶ୍ୟକ। ଉକ୍ତ ପଲିସିକୁ ଉଭୟ ଅଫଲାଇନ ଓ ଅନଲାଇନରେ କିଣାଯାଇ ପାରିବ ବୋଲି ଏଲଆଇସି ପକ୍ଷରୁ ଏକ ଇସ୍ତାହାରରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର