ଷ୍ଟକବଜାରରେ ତାଲିକାଭୁକ୍ତ ହେଲା ଏଲଆଇସି, ଦେଶର ୫ମ ବୃହତ୍ତମ କମ୍ପାନିରେ ପରିଣତ ହେଲା

ମୁମ୍ବାଇ : ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଛି ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି । ତେବେ ବଜାରରେ ଅସ୍ଥିରତା ଯୋଗୁଁ ନିଜର ଆଇପିଓ ଇସ୍ୟୁ ମୂଲ୍ୟଠାରେ ପ୍ରାୟ ୯ ପ୍ରତିଶତ କମ ମୂଲ୍ୟରେ ଏହା ଷ୍ଟକ ବଜାରରେ ତାଲିକାଭୁକ୍ତ ହୋଇଛି । ଆଇପିଓରେ ଏହାର ଇସ୍ୟୁ ମୂଲ୍ୟ ସେୟାର ପିଛା ୯୪୯ ଟଙ୍କା ଥିବାବେଳେ ଆଜି ଷ୍ଟକ ବଜାରରେ ଏଲଆଇସି ସେୟାର ୮୯୨ ଟଙ୍କାରେ ଟ୍ରେଡିଂ ହେଉଛି ।

ରିହାତି ମୂଲ୍ୟରେ ତାଲିକାଭୁକ୍ତ ହେବାରୁ ଏଲଆଇସିର ବଜାର ପୁଞ୍ଜି ୫.୬୫ ଲକ୍ଷ କୋଟିକୁ ହ୍ରାସ ପାଇଛି । ଆଇପିଓ ପାଇଁ ଏଲଆଇସି ବଜାର ପୁଞ୍ଜି ୬ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିଲା । ଅର୍ଥାତ ଆଜି ଏଲଆଇସିର ବଜାର ପୁଞ୍ଜି ୩୫ ହଜାର କୋଟି ହ୍ରାସ ପାଇଛି । ଏହା ସତ୍ତ୍ବେ କମ୍ପାନି ଦେଶର ୫ମ ବୃହତ୍ତମ କମ୍ପାନିରେ ପରିଣତ ହୋଇଛି ।
ଏମ-କ୍ୟାପ ବା ବଜାର ପୁଞ୍ଜି ଦୃଷ୍ଟିରୁ ଦେଶର ବୃହତ୍ତମ କମ୍ପାନି ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ । ଏହାର ମୋଟ ବଜାର ପୁଞ୍ଜି ହେଇଛି ୧୬.୯୫ ଲକ୍ଷ କୋଟି । ୨ୟ ସ୍ଥାନରେ ରହିଛି ଟିସିଏସ, ଏହାର ମୋଟ ବଜାର ପୁଞ୍ଜି ହେଇଛି ୧୨.୪୯ ଲକ୍ଷ କୋଟି । ୩ୟ ସ୍ଥାନରେ ରହିଛି ଏଚଡିଏଫସି ବ୍ୟାଙ୍କ, ଏହାର ମୋଟ ବଜାର ପୁଞ୍ଜି ହେଇଛି ୭.୨୫ ଲକ୍ଷ କୋଟି । ୪ର୍ଥ ସ୍ଥାନରେ ରହିଛି ଇନଫୋସିସ, ଏହାର ମୋଟ ବଜାର ପୁଞ୍ଜି ହେଇଛି ୬.୩୫ ଲକ୍ଷ କୋଟି ।

ସମ୍ବନ୍ଧିତ ଖବର