ମୁମ୍ବାଇ: ଆଦାନୀଙ୍କ ଲାଞ୍ଚ କାରବାର ଖବରର ପ୍ରଭାବ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଉପରେ ପଡ଼ିଛି। ଆଦାନୀ ଗ୍ରୁପ୍ର ୭ଟି କମ୍ପାନିରେ ଏଲ୍ଆଇସି ସେୟାର କିଣିଛି। ଏହି ସେୟାର ମୂଲ୍ୟ ହ୍ରାସ ଫଳରେ ଏଲ୍ଆଇସିକୁ ୮୭୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି। ୨୦୨୪ ସେପ୍ଟେମ୍ବରର ସୂଚନା ଅନୁଯାୟୀ ଏଲ୍ଆଇସି ଆଦାନୀ ଗ୍ରୁପ୍ର ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟ୍ସ, ଆଦାନୀ ଗ୍ରିନ ଏନର୍ଜି, ଆଦାନୀ ଏନର୍ଜି ସଲ୍ୟୁସନ୍ସ, ଆଦାନୀ ଟୋଟାଲ ଗ୍ୟାସ, ଏସସି ଏବଂ ଅମ୍ବୁଜା ସିମେଣ୍ଟ୍ସରେ ପୁଞ୍ଜି ଖଟାଇଛି। ଏସବୁ କମ୍ପାନିରେ ଏଲ୍ଆଇସି ଯେତିକି ସେୟାର କିଣିଛି ସେସବୁର ମୂଲ୍ୟରେ ଆଜି ୮୭୨୦ କୋଟି ଟଙ୍କା ହ୍ରାସ ଘଟିଛି। ଆଦାନୀ ପୋର୍ଟ୍ସରେ ୨୯୬୦.୨୩ କୋଟି, ଆଦାନୀ ଏଣ୍ଟରପ୍ରାଇଜେସ୍ରେ ୨୯୯୫.୩୭ କୋଟି ଆଦାନୀ ହରାଇଛି। ଅମ୍ବୁଜା ସିମେଣ୍ଟ୍ରେ ଏଲ୍ଆଇସି ୮୨୨.୩୪ କୋଟି ହରାଇଛି। ଆଦାନୀ ଟୋଟାଲ ଗ୍ୟାସରେ ୪୬୨.୮୦ କୋଟି, ଆଦାନୀ ଏନର୍ଜି ସଲ୍ୟୁସନ୍ସରେ ୭୧୬.୫୦ କୋଟି, ଆଦାନୀ ଗ୍ରିନ୍ ଏନର୍ଜିରେ ୫୭୧.୬୪ କୋଟି ଏବଂ ଏସିସିରେ ୧୯୧.୦୯ କୋଟି ହରାଇଥିବା ଜଣାଯାଇଛି।
୮୭୦୦ କୋଟି ହରାଇଲା ଏଲ୍ଆଇସି
ଆଦାନୀଙ୍କ ଲାଞ୍ଚ କାରବାର ଖବରର ପ୍ରଭାବ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଉପରେ ପଡ଼ିଛି। ଆଦାନୀ ଗ୍ରୁପ୍ର ୭ଟି କମ୍ପାନିରେ ଏଲ୍ଆଇସି ସେୟାର କିଣିଛି। ଏହି ସେୟାର ମୂଲ୍ୟ ହ୍ରାସ ଫଳରେ ଏଲ୍ଆଇସିକୁ ୮୭୦୦ କୋଟି ଟଙ୍କାରୁ...
/sambad/media/media_files/LChb5rs4SNQevDdSAoks.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)