ଏଲ୍‌ଆଇସି ହାଉସିଂ ଫାଇନାନ୍ସର ନୂଆ ସ୍କିମ୍

ଭୁବନେଶ୍ବର: ଏଲ୍‌ଆଇସି ହାଉସିଂ ଫାଇନାନ୍ସ ତରଫରୁ ବାତ୍ୟା ଫନି ଦ୍ବାରା ଓଡ଼ିଶାରେ ପ୍ରଭାବିତ ହୋଇଥିବା ଗ୍ରାହକମାନଙ୍କ ପାଇଁ ‘ଓଡ଼ିଶା ସାଇକ୍ଲୋନ ସ୍କିମ୍’ ଘୋଷଣା କରାଯାଇଛି। କଂପାନି ତରଫରୁ ଶୂନ ପ୍ରୋସେସିଂ ଫି’ ସହିତ ୮.୫%ର ସ୍ବତନ୍ତ୍ର ସୁଧ ହାର ପ୍ରଦାନ କରାଯାଉଛି। ଏହି ସ୍କିମ୍‌ରେ ଘରର ପୁନଃ ନିର୍ମାଣ, ମରାମତି ଏବଂ ଉନ୍ନତୀକରଣ ପାଇଁ କଂପାନି ତରଫରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯାଉଛି। ବାତ୍ୟା ପ୍ରଭାବିତ ହୋଇଥିବା ଅଞ୍ଚଳର ଗ୍ରାହକମାନେ ଏହି ସ୍କିମ୍‌ରେ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସେମାନଙ୍କୁ ଆସନ୍ତା ଡିସେମ୍ବର ଋଣ ଆବଣ୍ଟନ କରାଯିବ। କଂପାନିର ସିଓଓ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ଯେ, ଏହି ସ୍କିମ୍‌ ଦ୍ବାରା ଓଡ଼ିଶାବାସୀ ଉପକୃତ ହେବେ ବୋଲି ଆମର ବିଶ୍ବାସ ରହିଛି।

ସମ୍ବନ୍ଧିତ ଖବର