ଭୁବନେଶ୍ବର : ଏଲ୍ଆଇସି ପକ୍ଷରୁ ନୂଆ ଜୀବନ ଶାନ୍ତି ପ୍ଲାନ୍ ବିଷୟରେ ଘୋଷଣା କରାଯାଇଛି ଯାହା ଏକ ନନ୍ ଲିଙ୍କଡ୍, ସିଙ୍ଗଲ୍ ପ୍ରିମିୟମ୍ ଭିତ୍ତିକ ଡେଫରଡ୍ ଆନୁଇଟି ପ୍ଲାନ୍। ଏହି ପ୍ଲାନ୍କୁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ କିଣିହେବ। ଏଥିରେ ସିଙ୍ଗଲ୍ ଲାଇଫ୍ ଓ ଜଏଣ୍ଟ୍ ଲାଇଫ୍ ଭଳି ଦୁଇଟି ପ୍ରକାର ଆନୁଇଟି ବିକଳ୍ପ ଚୟନ କରିବା ପାଇଁ ରହିଛି। ଏହାର ସର୍ବନିମ୍ନ କିଣା ମୂଲ୍ୟ ୧,୫୦,୦୦୦ ଟଙ୍କା ରହିଥିବା ପେଳେ ମାସିକ, ତୟମାସିକ, ଅର୍ଧ-ବାର୍ଷିକ ଓ ବାର୍ଷିକ ଭିତ୍ତିରେ ଆନୁଇଟି ଉପଲବ୍ଧ ହେବ।
ସର୍ବନିମ୍ନ ଆନୁଇଟି ପରିମାଣ ହେଉଛି ବାର୍ଷିକ ୧୨,୦୦୦ ଟଙ୍କା। ଏହି ପ୍ଲାନ୍ ୩୦ରୁ ୭୯ ବର୍ଷ ବୟସ୍କଙ୍କ ପାଇଁ ଉପଲବ୍ଧ ହୋଇଛି। ଡେଫରେମଣ୍ଟ୍ର ସର୍ବନିମ୍ନ ଓ ସର୍ବାଧିକ ଅବଧି ଯଥାକ୍ରମେ ୧ ବର୍ଷ ଏବଂ ୧୨ ବର୍ଷ ରହିଛି। ସର୍ବନିମ୍ନ ୫୦ ହଜାର ଟଙ୍କାର କିଣା ମୂଲ୍ୟରେ ଦିବ୍ୟାଙ୍ଗ୍ ପାଇଁ ମଧ୍ୟ ଏହି ପ୍ଲାନ୍ କିଣିହେବ। ଏହି ପ୍ଲାନ୍ରେ ଋଣ ସୁବିଧା ମଧ୍ୟ ମିଳିବ।