ଆଇଡିବିଆଇର ୫୧% ଅଂଶଧନ କିଣିବ ଏଲଆଇସି, ପ୍ରସ୍ତାବକୁ ଆଇଆରଡିଏ ମଂଜୁରୀ

ନୂଆଦିଲ୍ଲୀ : କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଆଇଡିବିଆଇ ବ୍ୟାଙ୍କର ୫୧ ପ୍ରତିଶତ ଅଂଶଧନ ଖରିଦ କରିବାକୁ ଏଲଆଇସିକୁ ବୀମା ନିୟାମକ ଆଇଆରଡିଏର ଅନୁମତି ମିଳିଛି । ଏହାକୁ ଏକ ସ୍ୱତନ୍ତ୍ର ମାମଲା ଭାବେ ବିଚାର କରି ଆଇଆରଡିଏ ଏହି ନିଷ୍ପତ୍ତି ନେଇଛି । କାରଣ ଆଇଆରଡିଏର ନିୟମ ଅନୁସାରେ କୌଣସି ବୀମା କମ୍ପାନି କୌଣସି କମ୍ପାନି ବା ବ୍ୟାଙ୍କର ୧୫ ପ୍ରତିଶତରୁ ଅଧିକ ଅଂଶଧନ କିଣିପାରିବେ ନାହିଁ । କିନ୍ତୁ ଆଇଡିବିଆଇକୁ ଉଦ୍ଧାର କରିବାକୁ ସରକାର ନୀତିଗତ ନିଷ୍ପତ୍ତି ନେଇଥିବାରୁ ଆଇଆରଡିଏ ଏହାକୁ ସ୍ୱତନ୍ତ୍ରଭାବେ ମଂଜୁର କରିଛି । ଆସନ୍ତା କିଛି ଦିନ ମଧ୍ୟରେ ଏଲଆଇସି ଏହି ଅଂଶଧନ ଖରିଦ, ପୁଞ୍ଜିଭର୍ତ୍ତି, ସବସୀଡାରୀ ଢାଞ୍ଚା ଆଦି ସଂପର୍କରେ ସବିଶେଷ ପ୍ରସ୍ତାବ ପ୍ରଦାନ କରିବ । କିନ୍ତୁ ପରବର୍ତ୍ତି କାଳରେ ଏଲଆଇସି ନିଜର ଅଂଶଧନକୁ ୧୫ ପ୍ରତିଶତକୁ ହ୍ରାସ କରିବ । କିଛିଦିନ ପୂର୍ବରେ ଷ୍ଟେଟ ବ୍ୟାଙ୍କର ଏମଡି ଏସ.ଶ୍ରୀରାମ ଇସ୍ତଫା ଦେଇଛନ୍ତି । ତାଙ୍କୁ ଆଇଡିବିଆଇର ସିଇଓ ତଥା ଏମଡି ନିଯୁକ୍ତ କରାଯାଇଛି ।

ସମ୍ବନ୍ଧିତ ଖବର