ଏଲ୍‌ଆଇସିର ୬୫ତମ ବର୍ଷ ପୂର୍ତ୍ତି

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ଆସନ୍ତାକାଲି ୬୫ ବର୍ଷର ଯାତ୍ରା ପୂରଣ କରି ୬୬ତମ ବର୍ଷରେ ପାଦ ଥାପିବ। ୧୯୫୬ରେ ୫ କୋଟି ଟଙ୍କାର ପ୍ରାରମ୍ଭିକ ପାଣ୍ଠି ନେଇ ଏହି ସଂସ୍ଥା ସ୍ଥାପନ କରାଯାଇଥିଲା। ଏବେ ଏଲ୍‌ଆଇସି ପାଖରେ ୩୮,୦୪,୬୧୦ କୋଟି ଟଙ୍କାର ସମ୍ପତ୍ତି ଏବଂ ୩୪,୩୬,୬୮୬ କୋଟି ଟଙ୍କାର ଜୀବନ ବୀମା ପାଣ୍ଠି ରହିଛି।

ବ୍ରାଣ୍ଡ୍‌ ଫାଇନାନ୍ସ ଇନ୍‌ସ୍ୟୁରାନ୍ସର ରିପୋର୍ଟ ଅନୁସାରେ ଏଲ୍‌ଆଇସି ହେଉଛି ଦୁନିଆର ତୃତୀୟ ଦୃଢ଼ ଓ ଦଶମ ମୂଲ୍ୟବାନ ବ୍ରାଣ୍ଡ୍‌।ସାରା ଦେଶରେ ଏଲ୍‌ଆଇସିର ୮ଟି ଜୋନାଲ୍ କାର୍ଯ୍ୟାଳୟ, ୧୧୩ ଡିଭିଜନାଲ୍ କାର୍ଯ୍ୟାଳୟ, ୭୪ ଗ୍ରାହକ ଜୋନ୍, ୨୦୪୮ ଶାଖା କାର୍ଯ୍ୟାଳୟ, ୧୫୪୬ ସାଟେଲାଇଟ୍ କାର୍ଯ୍ୟାଳୟ ଓ ୪୨,୦୦୦ରୁ ଅଧିକ ପ୍ରିମିୟମ୍ ପଏଣ୍ଟ୍‌ ଥିବା ବେଳେ କଂପାନି ପାଇଁ ଏକ ଲକ୍ଷରୁ ଅଧିକ କର୍ମଚାରୀ ଓ ୧୩.୫୩ ଲକ୍ଷ ଏଜେଣ୍ଟ୍‌ କାର୍ଯ୍ୟ କରୁଛନ୍ତି। ନିଜ ଉତ୍ପାଦକତାରେ ଉନ୍ନତି ଆଣିବା ଲାଗି କଂପାନି ୮ ପିଏସ୍‌ୟୁ ବ୍ୟାଙ୍କ, ୬ ଘରୋଇ ବ୍ୟାଙ୍କ, ୧୩ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ୪୧ ସମବାୟ ବ୍ୟାଙ୍କ ଓ ଗୋଟିଏ ବିଦେଶୀ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିଛି। ଏଲ୍‌ଆଇସିର ଉପସ୍ଥିତି ୧୪ଟି ଦେଶ‌େର ରହିଛି।

ସମ୍ବନ୍ଧିତ ଖବର