ମୁମ୍ବାଇ: କରୋନା ମହାମାରୀ ସତ୍ତ୍ବେ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ବ୍ୟବସାୟ କରିଛି। ବ୍ୟକ୍ତିଗତ ନୂଆ ବୀମା ବ୍ୟବସାୟ କ୍ଷେତ୍ରରେ ପ୍ରିମିୟମ ଆୟ ୨୫ ହଜାର କୋଟି ଟଙ୍କାରୁ ଅଧିକ ରହିଛି। ଗତ ଆର୍ଥିକ ବର୍ଷର ଏହି ସମୟରେ ଉକ୍ତ ଆୟ ୨୪,୮୬୭.୭୦ କୋଟି ଟଙ୍କା ରହିଥିଲା। ଜୀବନ ଶାନ୍ତି ପ୍ଲାନରେ ଏଲ୍ଆଇସି ପ୍ରଥମ ବର୍ଷର ପ୍ରିମିୟମ ଆୟ ବାବଦରେ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ୧୧୪୫୬.୪୧ କୋଟି ଟଙ୍କା ଆଦାୟ କରିଛି। ଏଥିସହିତ ୟୁଲିପ୍, ପେନସନ୍ ଓ ଗ୍ରୁପ୍ ସ୍କିମରେ ମଧ୍ୟ ଭଲ ବ୍ୟବସାୟ କରିଛି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ପଲିସି ସଂଖ୍ୟା ଏବଂ ପ୍ରଥମ ବର୍ଷ ପ୍ରିମିୟମ ଆୟ ଦୃଷ୍ଟିରୁ ଏଲ୍ଆଇସିର ବଜାରଅଂଶ ଯଥାକ୍ରମେ ୬୭.୮୨ ପ୍ରତିଶତ ଏବଂ ୭୦.୫୭ ପ୍ରତିଶତ ରହିଛି। ସେପ୍ଟେମ୍ବର ୩୦ ସୁଦ୍ଧା ନିଗମ ୮୨ ଲକ୍ଷର ଦାବି ସମାଧାନ କରି ୪୮ ହଜାର କୋଟି ଟଙ୍କା ପ୍ରଦାନ କରିଛି। ଏଥିସହିତ ନିଗମ ପଲିସିଧାରୀଙ୍କୁ ଗତ ଆର୍ଥିକ ବର୍ଷ ପାଇଁ ୫୧ ହଜାର କୋଟି ଟଙ୍କାର ବୋନସ ପ୍ରଦାନ କରିଛି।
ଏଲ୍ଆଇସିର ୨୫ ହଜାର କୋଟି ପ୍ରିମିୟମ୍ ଆୟ, ୨୦୧୯-୨୦ରେ ୫୧ ହଜାର କୋଟିର ବୋନସ ପ୍ରଦାନ
/sambad/media/post_attachments/wp-content/uploads/2020/09/lic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)