ଭୁବନେଶ୍ବରରେ ଏଲ୍‌ଆଇସିର ଟିସିଓଇ ଉଦ୍‌ଘାଟିତ

Advertisment

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ସୂଚନା ଓ ପ୍ରଯୁକ୍ତି ସନ୍ନବେଶିତ ଏକ ଟେଷ୍ଟିଂ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ (ଟିସିଓଇ) ପ୍ରତିଷ୍ଠା କରାଯାଇଛି।

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ସୂଚନା ଓ ପ୍ରଯୁକ୍ତି ସନ୍ନବେଶିତ ଏକ ଟେଷ୍ଟିଂ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ (ଟିସିଓଇ) ପ୍ରତିଷ୍ଠା କରାଯାଇଛି।

gdjgdjgdjgj

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ କାର୍ଯ୍ୟାଳୟ ପରିସରରେ ସୂଚନା ଓ ପ୍ରଯୁକ୍ତି ସନ୍ନବେଶିତ ଏକ ଟେଷ୍ଟିଂ ସେଣ୍ଟର୍‌ ଅଫ୍‌ ଏକ୍ସଲେନ୍ସ (ଟିସିଓଇ) ପ୍ରତିଷ୍ଠା କରାଯାଇଛି। ଆଜି ଏଲ୍‌ଆଇସିର ସିଇଓ ତଥା ଏମ୍‌ଡି ସିଦ୍ଧାର୍ଥ ମହାନ୍ତି ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ମଧ୍ୟ ଜୋନ୍‌ର କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର, ନିର୍ବାହୀ ନିର୍ଦ୍ଦେଶକ(ଆଇଟି) ସୁଧାଂଶୁ ଶେଖର, ନିର୍ବାହୀ ନିର୍ଦ୍ଦେଶକ (ଯାନ୍ତ୍ରିକ) ବି ବି ଯାଦବ, ପୂର୍ବ ମଧ୍ୟ କ୍ଷେତ୍ର ମୁଖ୍ୟଯନ୍ତ୍ରୀ ପିକେଜେ ଡୁଙ୍ଗ୍‌ଡୁଙ୍ଗ୍‌ ଏବଂ ଭୁବନେଶ୍ବରର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ମନୋରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। 

ଟିସିଓଇ ଅନେକ ପ୍ରକାର ଆଧୁନିକ କୌଶଳ ଓ ସ୍ବୟଂକ୍ରିୟର ଉପଯୋଗ କରାଯିବାରେ ସହାୟତା ଯୋଗାଇବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ଏଲ୍‌ଆଇସିର ପୂର୍ବ ମଧ୍ୟ ଜୋନ୍‌ର ପ୍ରଥମ ଟିସିଓଇ ଭୁବନେଶ୍ବରରେ ସ୍ଥାପନ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ରଯୁକ୍ତି କେନ୍ଦ୍ର ଏଲଆଇସି ଓ ବହିରାଗତ ପ୍ରଯୁକ୍ତିବିଦ୍ୟା ନିପୁଣ ୧୦୦ରୁ ଅଧିକ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ହେବ। ଶ୍ରୀ ମହାନ୍ତି ଏକ ନୂଆ ଅଡିଟ୍ ସେଣ୍ଟର ମଧ୍ୟ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟନ କରିଛନ୍ତି। ଏହି ଅଡିଟ୍ ସେଣ୍ଟର ଓଡ଼ିଶା ମଧ୍ୟରେ ଅବସ୍ଥିତ ସମସ୍ତ ମଣ୍ଡଳ କାର୍ଯ୍ୟାଳୟ ଓ ଶାଖା କାର୍ଯ୍ୟାଳୟଗୁଡ଼ିକୁ ପ୍ରଶାସନିକ ଦକ୍ଷତା ଓ ସ୍ବଚ୍ଛତା ଆଣିବାରେ ସହାୟତା ଯୋଗାଇବ ବୋଲି ସେ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଅଡିଟ୍‌) ଜି କୁମାରସେନ, ମୁଖ୍ୟ(ଅଡିଟ୍‌), ପିପି କେଲ୍‌କାର, ସଚିବ(ଅଡିଟ୍‌) ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe