ଭୁବନେଶ୍ବର: ଲାଇଫ୍ ଷ୍ଟାଇଲ୍ ଷ୍ଟୋର ପକ୍ଷରୁ ପ୍ରଥମ ଥର ପାଇଁ ‘ଲାଇଫ୍ ଷ୍ଟାଇଲ୍ ରଜ ଷ୍ଟାଇଲ ଫେଷ୍ଟ୍’ ଆୟୋଜନ କରାଯାଉଛି। ଏହାକୁ ଓଲିଉଡ୍ର ଚୁଲ୍ବୁଲି ନାୟିକା ଏଲିନା ସାମନ୍ତରାୟ ଉଦ୍ଘାଟନ କରିବା ସହ ଷ୍ଟାଇଲ୍ ଫେଷ୍ଟ୍ର ଆକର୍ଷଣୀୟ ମୁକୁଟକୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଏହି ଷ୍ଟାଇଲ୍ ଫେଷ୍ଟ୍ର ବିଜେତା ‘ମିସ୍ ରଜ-୨୦୧୯’କୁ ଏହି ମୁକୁଟ ସହ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯିବ। ଲାଇଫ୍ ଷ୍ଟାଇଲ୍ର ବରିଷ୍ଠ ଉପସଭାପତି (ମାର୍କେଟିଂ) ଶ୍ରୀନିବାସ ରାଓ ଏଥିରେ ଯୋଗ ଦେଇ କହିଲେ, ସାରା ରାଜ୍ୟର ଝିଅମାନଙ୍କୁ ଏକ ସୁଯୋଗ ଦେବା ପାଇଁ ଏହି ଫେଷ୍ଟ୍ର ଆୟୋଜନ। ଏହାର ଗ୍ରାଣ୍ଡ୍ ଫିନାଲେ ଆସନ୍ତା ୧୬ ତାରିଖ ଦିନ ଅନୁଷ୍ଠିତ ହେବ। ଏଥିରେ ଅଧିକରୁ ଅଧିକ ପ୍ରତିଯୋଗୀ ଭାଗ ନେବାକୁ ଶ୍ରୀ ରାଓ ଅନୁରୋଧ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ନିଜର ଷ୍ଟାଇଲିଷ୍ଟ ଫଟୋ ସବୁକୁ ଫେସ୍ବୁକ୍ ଓ ଇଷ୍ଟାଗ୍ରାମ୍ରେ ଅପ୍ଲୋଡ୍ କରି Lifestyle stores@ lifestylestoresକୁ ଟ୍ୟାଗ୍ କରି #LifestyleMissRajaରେ ଦାଖଲ କରିବାକୁ ପଡ଼ିବ। ୧୮ ବର୍ଷରୁ ୨୪ ବର୍ଷ ବୟସର ପ୍ରତିଯୋଗୀମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କୌଣସି ପ୍ରବେଶ ଶୁଳ୍କ ଲାଗିବ ନାହିଁ କିମ୍ବା ଲାଇଫ୍ ଷ୍ଟାଇଲ୍ ଷ୍ଟୋର୍ର ପୋଷାକ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ ନୁହେଁ।
ଲାଇଫ୍ଷ୍ଟାଇଲ୍ର ରଜ ଷ୍ଟାଇଲ୍ ଫେଷ୍ଟ୍
/sambad/media/post_attachments/wp-content/uploads/2019/06/Untitled-13-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)