କିଛି ମାସ ତଳେ ଚୀନ୍ରେ ଆଲିବାବା ପକ୍ଷରୁ ଆୟୋଜନ କରାଯାଇଥିବା ଅନଲାଇନ୍ ସପିଙ୍ଗ ଉତ୍ସବରେ ରେକର୍ଡ ପରିମାଣର ସାମଗ୍ରୀ ବିକ୍ରି ହୋଇଥିଲା। ଆମେରିକାରେ ବ୍ଲାକ୍ ଫ୍ରାଇଡେ ଏବଂ ସାଇବର୍ ମଣ୍ଡେ ଭଳି ଅନଲାଇନ୍ ସପିଙ୍ଗ୍ ଉତ୍ସବ ବହୁତ ଲୋକପ୍ରିୟ। ଭାରତରେ ମଧ୍ୟ ଅନଲାଇନ୍ ସପିଙ୍ଗ୍ ଉତ୍ସବଗୁଡ଼ିକ ବେଶ ଲୋକପ୍ରିୟ ହେବାରେ ଲାଗିଛି। ଭାରତରେ ମୋବାଇଲ୍ ଫୋନ୍ ସପିଙ୍ଗ ଫେଷ୍ଟିଭାଲ୍ ଅଧିକ ଲୋକପୟିୟ। ଯେଉଁଠାରେ ଲୋକମାନେ ଦୋକାନକୁ ଯାଇ ନିଜ ପସନ୍ଦର ମୋବାଇଲ୍ ଫୋନ୍, ଟିଭି ଆଦି ଖରିଦ କରୁଥିଲେ ଏବେ ସେମାନେ ଅନଲାଇନ୍ରେ ହେଉଥିବା ସପିଙ୍ଗ ଫେଷ୍ଟିଭାଲ୍କୁ ଚାହିଁ ରହୁଛନ୍ତି। ଅନଲାଇନ୍ରେ ମିଳୁଥିବା ରିହାତି ଗ୍ରାହକଙ୍କୁ ଅଧିକ ଆକୃଷ୍ଟ କରୁଛି। ଅନଲାଇନ୍ରେ ଗ୍ରାହକମାନେ କେବଳ ରିହାତି ପାଉନାହାନ୍ତି, ସେମାନେ ବିଭିନ୍ନ ବ୍ରାଣ୍ଡ୍ର ସାମଗ୍ରୀ ଦେଖିପାରୁଛନ୍ତି ଏବଂ କେଉଁ ସାମଗ୍ରୀ କିଣିଲେ ଭଲ ହେବ, ସେହି ନିଷ୍ପତ୍ତି ନେଇପାରୁଛନ୍ତି। ଭାରତରେ ଇଣ୍ଟରନେଟ୍ ବ୍ୟବହାର ପରିମାଣ ବଢ଼ିବା ସହିତ ଅନଲାଇନ୍ ସପିଙ୍ଗର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏଭଳିକି ଛୋଟ ସହରର ଗ୍ରାହକମାନେ ମଧ୍ୟ ଅନଲାଇନ୍ରେ ମୋବାଇଲ୍ ଫୋନ୍ ଆଦି ଖରିଦ କରୁଛନ୍ତି। ଫ୍ଲିପ୍କାର୍ଟ, ଆମାଜନ୍, ସ୍ନାପ୍୍ଡିଲ୍, ମିନ୍ତ୍ରା, ଲେନ୍ସକାର୍ଟ ଭଳି ଇ-କମର୍ସ କଂପାନି ଅନେକ ସପିଙ୍ଗ ଉତ୍ସବ ସଫଳତାର ସହିତ ଆୟୋଜନ କରିଛନ୍ତି। ଉତ୍ସବ ସମୟରେ ସେମାନେ ବିପୁଳ ପରିମାଣର ଆୟ କରୁଛନ୍ତି।
ଫ୍ଲିପ୍କାର୍ଟର ବିଗ୍ ବିଲିଅନ୍ ଡେ ସେଲ୍ ଓ ଆମାଜନ୍ର ଗ୍ରେଟ୍ ଇଣ୍ଡିଆନ୍ ସପିଙ୍ଗ ଫେଷ୍ଟିଭାଲ୍ ଦେଶରେ ବେଶ ଲୋକପ୍ରିୟ ହୋଇସାରିଲାଣି। ୨୦୧୭ରେ ୧୦ କୋଟିରୁ ଅଧିକ ଲୋକ ଅନଲାଇନ୍ରେ ସପିଙ୍ଗ କରିଛନ୍ତି ବୋଲି ଏକ ସଂସ୍ଥାର ଆକଳନରୁ ଜଣାପଡ଼ିଛି। ଲୋକମାନେ ଘରେ ବସି ଅନଲାଇନ୍ରେ ଛୁରିଠାରୁ ଆରମ୍ଭ କରି ପ୍ଲାଷ୍ଟିକ୍ ଡବା, ଟିଭି, ଫ୍ରିଜ୍, ମୋବାଇଲ୍ ଫୋନ୍, ଓ୍ଵାସିଂ ମେସିନ୍, ଏସି, ପୋଷାକପତ୍ର ଓ ଗହଣା ଆଦି ସହଜରେ ଖରିଦ କରିପାରୁଛନ୍ତି। ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ବଢ଼ୁଥିବାରୁ ଆଗାମୀ ଦିନରେ ଅନଲାଇନ୍ ସପିଙ୍ଗର ଚାହିଦା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/online.jpg)