ଲାଇଫ୍‌ଷ୍ଟାଇଲ୍‌ ସହ ହାତ ମିଳାଇଲା ଫ୍ଲିପ୍‌କାର୍ଟ

ଭୁବନେଶ୍ବର: ଫେସନ୍ ବ୍ରାଣ୍ଡ୍‌ ଲାଇଫ୍‌ଷ୍ଟାଇଲ୍‌ ପକ୍ଷରୁ ଫ୍ଳିପ୍‌କାର୍ଟ ସହିତ ଗୁରୁତ୍ବପୂର୍ଣ୍ଣ ବୁଝାମଣା କରାଯାଇଛି। ଏହି ବୁଝାମଣା ମୁତାବକ ଫ୍ଲିପ୍‌କାର୍ଟ ଗ୍ରୁପ୍‌ ଅଧୀନରେ ଥିବା ମିନ୍ତ୍ରାରେ ଲାଇଫ୍‌ଷ୍ଟାଇଲ୍‌ର ଓମେନସ୍‌ ଓୟାର, ମେନ୍‌ସ ଓୟାର, କିଡସ୍‌ ଓୟାର, ଫୁଟ୍‌ ଓୟାର, ହାଣ୍ଡବ୍ୟାଗ୍ ଓ ଫେସନ୍ ଆକ୍‌ସେସୋରିଜ୍ ଆଦି ଉପଲବ୍ଧ ହେବ। ଏହି ସହଯୋଗିତା ବିଷୟରେ ଲାଇଫ୍‌ଷ୍ଟାଇଲ୍‌ ଇଣ୍ଟରନ୍ୟାସନାଲ୍‌ ପ୍ରାଇଭେଟ୍ ଲିମିଟେଡ୍‌ର ଏମ୍‌ଡି ବସନ୍ତ କୁମାର ଓ ଫ୍ଲିପ୍‌କାର୍ଟର ବରିଷ୍ଠ ଉପସଭାପତି ଋଷି ବାସୁଦେବ କହିଛନ୍ତି ଯେ, ଏହି ବୁଝାମଣା ଉଭୟ ସଂସ୍ଥା ପାଇଁ ଲାଭଦାୟକ ହେବ।

ସମ୍ବନ୍ଧିତ ଖବର